ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ଉପରେ ବଡ଼ ଆକ୍ରମଣ, କହିଲେ- Massive Tariffs ଲଗାଇ କିଛି ବିକ୍ରି କରିବାକୁ ଦେଉନି ଭାରତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅଧିକ ଟାରିଫ ଲଗାଇବାର ଅଭିଯୋଗ ଆଣିଛନ୍ତି।

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ପୁଣିଥରେ ଭାରତ ଉପରେ ଅଧିକ ଟାରିଫ ଲଗାଇବାର ବଡ଼ ଅଭିଯୋଗ ଆଣିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଭାରତ ଆମ ଜିନିଷଗୁଡ଼ିକ ଉପରେ Massive Tariffs ଲଗାଇ ବ୍ୟବସାୟ କରିବାକୁ ଦେଉନି। ଏହା କହିସାରିବା ପରେ ସେ ପୁଣି କରିଛନ୍ତି ଯେ, ଭାରତ ବର୍ତ୍ତମାନ ନିଜ ଟାରିଫକୁ କମ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି।

ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ କଥା ହୋଇ ଟ୍ରମ୍ପ କହିଛନ୍ତି ଯେ, ଭାରତ ଆମ ଉପରେ ଅଧିକ ଟାରିଫ ଲଗାଉଛି। ଆମେ କିଛି ବିକ୍ରି ମଧ୍ୟ କରିପାରୁନୁ।

କିନ୍ତୁ ବର୍ତ୍ତମାନ ସେ ନିଜ ଟାରିଫକୁ କମ କରିବାକୁ ଚାହୁଁଛି, କାରଣ ତାଙ୍କୁ ଏକ୍ସପୋଜ କରାଯାଉଛି। ଟ୍ରମ୍ପ ଏହି ବିବୃତ୍ତିରେ ଏହି ସମୟରେ ଦେଇଛନ୍ତି, ଯେଉଁ ସମୟରେ ସେ ରେସିପ୍ରୋକାଲ ଟାରିଫ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଆମ ଉପରେ ଦଶନ୍ଧି ଧରି ଟାରିଫ ଲଗାଯାଉଛି। ବର୍ତ୍ତମାନ ଆମ ପାଳି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଏହି ରେସିପ୍ରୋକାଲ ଟାରିଫ ଏପ୍ରିଲ ୨, ୨୦୨୫ରେ ଲାଗୁ କରାଯିବ।