fbpx

ରାଜଧାନୀରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ରସୁଲଗଡ ଜିଜିି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର ହୋଇଛି । ଉଦ୍ଧାର କଇଁଛକୁ ପାତ୍ରପଡାରେ ଥିବା ସ୍ୱତନ୍ତ୍ର ପାର୍କରେ ଛଡା ଯିବ ବୋଲି ସିଟି ଫରେଷ୍ଟ ଏସିଏଫ ପ୍ରଶାନ୍ତ ପଣ୍ଡା କହିଛନ୍ତି । ଗତ ଦୁଇଦିନ ଧରି ଲଗାଣ ବର୍ଷା ସମୟରେ ଏକ ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ବିରଳ କଇଁଛ ଛୁଆ ଜିଜିି କଲୋନୀରେ ବୁଲିବା ସମୟରେ କିଛି କୁକୁର କଇଁଛକୁ ଖାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ କଇଁଛଟି ସଙ୍ଗୀତା ନାୟକଙ୍କ ଅଗଣା ଫାଟକ ଭିତରକୁ ପସି ଯାଇଥିଲା । ସେତେବେଳେ ଘରେ ସଂଗୀତା ଓ ତାଙ୍କ ଛୋଟ ଝିଅ ଏହାକୁ ଦେଖି, ବିରଳ କଇଁଛକୁ କୁକୁର ମୁହଁରୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.