fbpx

ଟୁଟୁ ନାୟକଙ୍କୁ ମିଳିଲା ଜାମିନ, ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ମିଳିଲା ଜାମିନ

ଭୁବନେଶ୍ୱର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ଓଲିଉଡ୍ ସିନେମା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଆଜି ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ତାଙ୍କୁ କୋର୍ଟ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଥା ଫିଲ୍ମର ପ୍ରମିୟର ବେଳେ ସ୍ୱାତି କମ୍ପେ୍ଲକ୍ସରେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଗତ ଶନିବାର ଠାରୁ ଗିରଫ ହୋଇ ଜେଲ୍‌ରେ ଥିଲେ ଟୁଟୁ ନାୟକ । ଖାରବେଳ ନଗର ଥାନା ପୋଲିସ ଟୁଟୁଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.