fbpx

ଅଭିନୟ ଦୁନିଆରୁ ଆସିଲା ପୁଣି ଦୁଃଖ ଖବର: ଅଭିନେତା ନିତେଶ ପାଣ୍ଡେଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନୟ ଦୁନିଆରୁ ଗୋଟିକ ପରେ ଗୋଟିଏ ଦୁଃଖ ଖବର ଆସିବାରେ ଲାଗିଛି । ଗତ ଦୁଇଦିନ ମଧ୍ୟରେ ମନୋରଞ୍ଜନଧର୍ମୀ ଜଗତରୁ ୫ ଜଣ ଜଣାଶୁଣା କଳାକାର ଆରପାରିକୁ ଚାଲିଗଲେଣି । ପୂର୍ବରୁ ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂହ ରାଜପୂତ, ଆରଆରଆର ଫିଲ୍ମରେ ଖଳନାୟକ ଭୂମିକାରେ ଆସିଥିବା ଅଭିନେତା ରେ’ ଷ୍ଟିଭେନସନ ଓ ସାଉଥ ଅଭିନେତା ଶରତ ବାବୁଙ୍କର ପରଲୋକ ଘଟିଥିଲା । ଏଥିସହିତ ଆଜି ଏକ ସଡ଼କ ଦୁର୍ଘଟଣାରେ ପପୁଲାର ଟିଭି ଟିଭି ସିରିୟଲ ‘ସାରାଭାଈ ଭର୍ସେସ ସାରାଭାଈ’ର ଫେସ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଘଟିଥିଲା ।

ତେବେ ଏହା ମଧ୍ୟରେ ଆଜି ପୁଣି ଅଭିନୟ ଜଗତରୁ ଆଉ ଜଣେ କଳାକାର ପ୍ରାଣ ହରାଇଛନ୍ତି । ଟେଲିଭିଜନ ଜଗତର ଜଣାଶୁଣା ଅଭିନେତା ନିତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଟିଭି ସିରିୟଲ ‘ଅନୁପମା’ରେ ସେ ରୁପାଲି ଗାଙ୍ଗୁଲିଙ୍କର ବନ୍ଧୁ ଦେବିକାଙ୍କ ପତି ଭୂମିକାରେ ଅଭିନୟ କରିଥିଲେ । ତେବେ ହାର୍ଟ ଆଟାକରେ ନିତେଶଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜି ସକାଳୁ ସକାଳୁ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ଏବେ ନିତେଶଙ୍କ ମୃତ୍ୟୁ ତାଙ୍କର ପରିବାର, ପ୍ରଶଂସକ ଓ ସିନେ ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଦୁଃଖକୁ ବଢ଼ାଇ ଦେଇଛି ।

ନିତେଶଙ୍କର ମୃତ୍ୟୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଦେଇଛି । ଏନେଇ ସୋସିଆଲ ମିଡ଼ିଆରେ ତାଙ୍କର ଫ୍ୟାନ୍ସ ଦୁଃଖର ସହିତ ଅନ୍ତିମ ବିଦାୟ ଦେଇଛନ୍ତି । ସବୁ ସମୟରେ ହସୁଥିବା ସେଇ ଚେହେରାକୁ ଆଉ ଦେଖିବାକୁ ମିଳିବ ନାହିଁ । ଗତ ୨୫ ବର୍ଷ ଧରି ଟେଲିଭିଜନ ଦୁନିଆରେ ନିତେଶ ନିଜର ଅଭିନୟର ଯାଦୁ ଦେଖାଇ ଆସୁଥିଲେ । ଏହି ଖବର ପାଇବା ପରେ ‘ଅନୁପମା’ ଶୋ’ର ଲିଡ୍ ଆକ୍ଟର ସୁଧାଂଶୁ ପାଣ୍ଡେ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ୧୦୯୦ରେ ନିତେଶ ନିଜର ଅଭିନୟ କ୍ୟାରିୟର ଶୁଭାରମ୍ଭ କରିଥିଲେ । ସେ ‘ଓମ୍ ଶାନ୍ତି ଓମ୍’ରେ ଶାହରୁଖ ଖାନଙ୍କ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ ସେ ‘ବଧାଈ ଦୋ’, ‘ରଙ୍ଗୁନ’, ‘ହଣ୍ଟର’, ‘ଦବଙ୍ଗ ୨’, ‘ବାଜି’ ଆଦି ଫିଲ୍ମରେ ଅଭିନୟ କରିଥିଲେ ।

Get real time updates directly on you device, subscribe now.