fbpx

ମେଡିକାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଶ୍ୱେତା ତିୱାରୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କୁ ଦୁର୍ବଳତା ଓ ଲୋ ବ୍ଲଡ ପ୍ରେସର କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶ୍ୱେତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଅଭିନେତ୍ରୀ ଲଗାତାର ନିଜର ବ୍ୟସ୍ତବହୁଳ କାମରେ ବ୍ୟସ୍ତ ହେବା କାରଣରୁ ଶରୀରକୁ ଯଥେଷ୍ଟ ଆରାମ ଦେଇନଥିଲେ । ଏହି କାରଣରୁ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାତ୍ରା ଓ ପାଣିପାଗର ପରିବର୍ତ୍ତନ ଶ୍ୱେତାଙ୍କ ସ୍ୱାସ୍ଥ୍ୟ ଉପରେ ପଡିଛି । କିନ୍ତୁ ଏବେ ଶ୍ୱେତା ଠିକ୍ ଅଛନ୍ତି ଓ ଖୁବଶୀଘ୍ର ସେ ଘରକୁ ଫେରିବେ । ତେବେ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ନିକଟରେ ‘ଖତରୋ କେ ଖିଲାଡ଼ି ୧୧’ରେ ନଜର ଆସିଥିଲେ ।

Get real time updates directly on you device, subscribe now.