‘ତାରକ ମେହତା କା ଉଲ୍ଟା ଚଷମା’ର ପ୍ରଯୋଜକଙ୍କ ଉପରେ ଯୌନ ନିର୍ଯାତନା ଆରୋପ, ଅଭିଯୋଗ ଆଣିଲେ ଶୋ’ର ଅଭିନେତ୍ରୀ ଜେନିଫର ମିସ୍ତ୍ରୀ

ଏକ ଇଣ୍ଟରଭ୍ୟୁରେ ଜେନିଫର ମିସ୍ତ୍ରୀ ସେହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି।

ମୁମ୍ବାଇ: ‘ତାରକ ମେହତା କା ଉଲ୍ଟା ଚଷମା’ ଟିଭି ଦୁନିଆର ସବୁଠୁ ଲୋକପ୍ରିୟ ଧାରାବାହିକ। ଅନେକ ବର୍ଷ ହେବ ଏହି ଶୋ ଲୋକଙ୍କ ମନରଞ୍ଜନ କରୁଛି। ଅନେକ କାରଣରୁ ଏବେ ଶୋ ବିବାଦ ଘେରରେ ରହିଛି।

ଏଥିରେ ଅଭିନୟ କରୁଥିବା ମିସେସ୍ ରୋଶନୀଙ୍କ ଚରିତ୍ର ଜେନିଫର ମିସ୍ତ୍ରୀ ବଂସିବାଲ ପ୍ରଡ୍ୟୁସର ଅସିମ କୁମାର ମୋଦୀଙ୍କ ଉପରେ ଆରୋପ ଲଗାଇଛନ୍ତି।

ଏକ ଇଣ୍ଟରଭ୍ୟୁରେ ଜେନିଫର ମିସ୍ତ୍ରୀ ସେହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଯେଉଥିଁ ପାଇଁ ସେ ଅସିତ ମୋଦୀଙ୍କ ଉପରେ ଯୌନ ନିର୍ଯାତନାର ଆରୋପ ଲଗାଇଛନ୍ତି।ଜେନିଫର ୨୦୧୮ ମସିହାରେ ଶୋର ଅପରେଶନ ହେଡ ସୋହେଲ ରମାନୀଙ୍କ ସହ ହୋଇଥିବା ବିବାଦକୁ ମନେ ପକାଇଥିଲେ।

ସେ କହିଥିଲେ ସୋହେଲ ତାଙ୍କୁ ଫୋନରେ ଗାଳି ଦେଇଥିଲେ। ଏହି ଘଟଣାରେ ସେ ଅସିତ ମୋଦୀଙ୍କ ସାହାର୍ଯ୍ୟ ପାଇଁ ନିଷ୍ପତି ନେଇଥିଲେ। ହେଲେ ସାହାର୍ଯ୍ୟ ମିଳିବା ପରିବର୍ତ୍ତେଅସିତ ମୋଦୀ ତାଙ୍କ ସହ ଅନୁପଯୁକ୍ତ ବ୍ୟବହାର କରିଥିଲେ।

ଜେନିଫର ମିସ୍ତ୍ରୀ କହିଥିଲେ, ମୁଁ ଅସିତ ଜୀଙ୍କ ପାଖକୁ ମୋ ଏବଂ ସୋହେଲ ମଧ୍ୟରେ ଚାଲିଥିବା ସମସ୍ୟା ବିଷୟରେ କଥାବାର୍ତ୍ତା କରିବାକୁ ଯାଇଥିଲି, କିନ୍ତୁ ସେ ମୋତେ କହିଲେ ଯେ ତୁମେ ସେକ୍ସି ଦେଖାଯାଉଛ।

ଜେନିଫର ୨୦୨୨ ର ଆଉ ଏକ ଘଟଣା ଉଲ୍ଲେଖ କରିଥିଲେ, ଯେତେବେଳେ ସେ ସ୍ୱିଜରଲ୍ୟାଣ୍ଡ ଯିବା ପାଇଁ ଭିସା ପତ୍ର ମାଗିଥିଲେ। ଫୋନ୍ କଥାବାର୍ତ୍ତା ସମୟରେ ସେ କାନ୍ଦିବାକୁ ଲାଗିଲେ।

ତା’ପରେ ତାଙ୍କ କହିବା ଅନୁସାରେ, ଅସିତ ମୋଦି କହିଥିଲେ, ତୁମେ କାହିଁକି କାନ୍ଦୁଛ? ଯଦି ତୁମେ ଏଠାରେ ଥାଆନ୍ତ, ମୁଁ ତୁମକୁ କୁଣ୍ଢେଇ ପକାଇଥାନ୍ତି। ମୁଁ ନିଶ୍ଚିତ ଭାବରେ ଏକ ସୁଯୋଗ ନେଇଥାନ୍ତି।

ଅଭିନେତ୍ରୀ ୨୦୧୯ ମସିହାରେ ସିଙ୍ଗାପୁରରେ ସୁଟିଂ ସମୟରେ ଘଟିଥିବା ଘଟଣାର ମଧ୍ୟ ଖୁଲାସା କରିଥିଲେ। ସେ କହିଥିଲେ, ‘୮ ମାର୍ଚ୍ଚ, ୨୦୧୯ରେ ଆମେ ସୁଟିଂ କରୁଥିଲୁ। ସେ ମୋ ପାଖକୁ ଆସି କହିଲେ ଯେ ତୁମର ରୁମମେଟ୍ ପ୍ରତିଦିନ ବାହାରକୁ ଯାଆନ୍ତି। ତୁମେ ମୋ ରୁମକୁ ଆସି ଯାଅ। ମିଶିକି ହ୍ୱିସ୍କି ପିଇବା।

ଜେନିଫର କହିଛନ୍ତି ଯେ ପ୍ରଥମେ ସେ ଏପରି ଜିନିଷଗୁଡ଼ିକୁ ଅଣଦେଖା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ସେ ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରିଥିଲେ। ସେହି ସିଙ୍ଗାପୁର ଯାତ୍ରା ସମୟରେ, ଏକ କଫି ଦୋକାନରେ ଆଉ ଏକ ବିବ୍ରତକାରୀ ଘଟଣା ଘଟିଥିଲା।

ଜେନିଫରଙ୍କ ଅନୁଯାୟୀ, ଅସିତ ମୋଦି ତାଙ୍କ ପାଖକୁ ଆସି କହିଲେ, ‘ତୁମର ଓଠ ବହୁତ ସେକ୍ସି। ମୁଁ ତୁମକୁ ଧରି ଚୁମ୍ବନ କରିବାକୁ ଇଚ୍ଛା ହେଉଛି। ଏହା ଶୁଣି ମୁଁ ବହୁତ ଡରିଗଲି। ମୋର ହାତ ଏବଂ ପାଦ ଥଣ୍ଡା ହୋଇଗଲା।