ଭୁବନେଶ୍ୱର ଏବଂ କଟକକୁ ଜଗିବ AI କ୍ୟାମେରା, ପୋଲିସ କମିଶନରଙ୍କ ସୂଚନା
ଟ୍ୱିନସିଟିରେ ଲାଗିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା
ଭୁବନେଶ୍ୱର: ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା। ବର୍ତ୍ତମାନ ଭୁବନେଶ୍ୱର ଓ କଟକରେ ଏଆଇ କ୍ୟାମେରା ଲାଗିବ। ଅପରାଧ ବିରୋଧରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅପରାଧୀ ଓ ଟ୍ରାଫିକ୍ ନିୟମକୁ ଅମାନ୍ୟ କରୁଥିବା ଲୋକଙ୍କୁ ଧରାଯିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।
ଟେକ୍ନୋଲୋଜି ମାଧ୍ୟମରେ ଅପରାଧ କମାଇବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପେଟ୍ରୋଲିଂ ମଧ୍ୟ କଡ଼ାକଡ଼ି ହେବ। ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଓ ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ।