fbpx

କେନ୍ଦ୍ରର କଡା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଁଇଲା ଟ୍ୱିଟର, ନୂଆ ଆଇଟି ନିୟମ ପାଳନ କରିବାକୁ ରାଜି ହେଲା

Advertisement

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହ ଦୀର୍ଘ ଦିନର ଲଢେଇ ପରେ ଶେଷରେ ମୁଣ୍ଡ ନୁଆଁଇଲା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ୱିଟର । କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ଟ୍ୱିଟର ନୂତନ ଆଇଟି ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛି । ଟ୍ୱିଟର ପକ୍ଷରୁ ସୋମବାର ଦିଲ୍ଲୀ ହାଇକୋର୍ଟରେ ଅବଗତ କରାଯାଇଛି । ଟ୍ୱିଟର ହାଇକୋର୍ଟକୁ ଜଣାଇଛି ଯେ, ସେ ଆଇଟି ନିୟମ ୨୦୨୧ ଲାଗୁ କରି ଦେଇଛି । ଏଥିସହ ଭାରତରେ ମେ ୨୮ରୁ ଜଣେ ସ୍ଥାନୀୟ ଅଧିକାରୀଙ୍କ ନିଯୁକ୍ତି କରି ଦେଇଛି । ଅଧିକାରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ କରିବ ।

 

ହାଇକୋର୍ଟରେ ଗୋଟିଏ ପଟେ ଟ୍ୱିଟର କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ମାନିଥିବା କହୁଥିବା ବେଳେ ଅନ୍ୟପଟେ ସରକାର କହୁଛନ୍ତି ଏମିତି କିଛି ହୋଇ ନାହିଁ । ଉଲ୍ଲେଖନୀୟ ନୂତନ ଆଇଟି ନିୟମ ପାଳନ କରିନଥିବା ଅଭିଯୋଗ କରି କେନ୍ଦ୍ର ସରକାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଟ୍ୱିଟର ବିରୋଧରେ ଆବେଦନ କରିଛି। ଆବେଦନରେ ଟ୍ୱିଟରକୁ ତତ୍କାଳ ପ୍ରଭାବରୁ ଆଇଟି ନିୟମ ପାଳନ କରିବା ପାଇଁ ଆଦେଶ ଦେବାକୁ ଦାବି କରାଯାଇଥିଲା ।

ଓକିଲ ଅମିତ୍ ଆଚାର୍ଯ୍ୟ କହିଥିଲେ, କେନ୍ଦ୍ର ସରକାର ଚଳିତ ବର୍ଷ ଫେବୃଆରୀ ୨୫ରେ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ଜାରି କରି ଟ୍ୱିଟରକୁ ସବୁ ସାମାଜିକ ଆଇଟି ନିୟମ ତିନି ମାସ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ମେ ୨୫ ସୁଦ୍ଧା ଟ୍ୱିଟର ନିୟମର ପାଳନ କରିନଥିଲା । ଏପରିକି ଅଭିଯୋଗର ନିବାରଣ ପାଇଁ ସ୍ଥାନୀୟ ଅଧିକାରୀ ମଧ୍ୟ ନିଯୁକ୍ତ କରିନଥିଲା ।

Get real time updates directly on you device, subscribe now.