fbpx

କୁନି ବୟସରେ ଉଚ୍ଚ ଆକାଂକ୍ଷା: ଦୀର୍ଘଦିନର ସଞ୍ଚିତ ଅର୍ଥକୁ ‘ମୋ କଲେଜ ଅଭିଯାନ’କୁ ଦାନ କଲେ ଦୁଇ ଶିଶୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ଜିନିଷ ହୋଇଥିବା ବେଳେ ଅନେକ ଯୁବକ, ଯୁବତୀଙ୍କର ଅର୍ଥ ସଞ୍ଚୟର ଜ୍ଞାନ ନଥାଏ । ଏପରିକି ବିବାହ ପରେ ଅଧିକ ଅର୍ଥର ଆବଶ୍ୟକତା ପଡ଼ୁଥିଲେ ମଧ୍ୟ ଅନେକ ବିବାହିତ ଯୁବକ, ଯୁବତୀ ଅର୍ଥକୁ ଠିକରେ ସଞ୍ଚୟ କରିପାରିନଥାନ୍ତି । ତେବେ ବଡ଼ ଲୋକମାନେ ଯେଉଁ କାର୍ଯ୍ୟ ଠିକରେ କରିପାରନ୍ତି ନାହିଁ ସେପରି ଏକ ମହତ୍ କାର୍ଯ୍ୟ କରି ନିଜର ପରିପକ୍ୱତା ଦେଖାଇଛନ୍ତି ଦୁଇଜଣ କୁନି ଶିଶୁ ।

ଏପରି ଏକ ଘଟଣା ଆସିଛି ରାଜ୍ୟର ଜଗତସିଂହପୁ ଜିଲ୍ଲାରୁ । ଯେଉଁ ବସୟରେ ଚକୋଲେଟ୍, ବିସ୍କୁଟ ଖାଇବା ଆଶାରେ ୫-୧୦ ଟଙ୍କା ପାଇଁ ପିଲାମାନେ ପିତାମାତା, ମାମୁଁ-ମାଇଁ, ଅଜା-ଆଇଙ୍କ ନିକଟରେ ଅଳି କରିଥାନ୍ତି, ସେହି ବୟସରେ ଦୁଇଜଣ କୁନି ଶିଶୁ ୨ ଲକ୍ଷ ଟଙ୍କା ସଞ୍ଚୟ କରିପାରିଛନ୍ତି । କେବଳ ସେତିକି ନୁହେଁ, ଦୀର୍ଘଦିନରୁ ସଞ୍ଚୟ କରି ରଖିଥିବା ଉକ୍ତ ଅର୍ଥରାଶିକୁ ଏହି ଦୁଇ ଶିଶୁ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନକୁ ଦାନ କରିଦେଇଛନ୍ତି ।

ବୟସ କମ୍ ହୋଇଥିଲେ ହେଁ ଏହି ଦୁଇ ଶିଶୁ ଯେଉଁ ମହତ୍ କାର୍ଯ୍ୟ କରିଛନ୍ତି ତାହା ଏବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ଯୋଗାଇଛି । ଅଜା-ଆଇଙ୍କ ଠାରୁ ମିଳିଥିବା ସବୁ ଅର୍ଥକୁ ଖର୍ଚ୍ଚ ନକରି ଏହି ଦୁଇ ଶିଶୁ ଯତ୍ନର ସହିତ ସାଇତି ରଖିଥିଲେ । ଛୋଟ ବୟସରେ ଏହି ଦୁଇଜଣ ଶିଶୁ ଯେଉଁ ମହାନ୍ ଆକାଂକ୍ଷା ଦେଖାଇଛନ୍ତି ସେଥିପାଇଁ ସେମାନଙ୍କୁ ସମସ୍ତେ ହୃଦୟରୁ ସାଲୁଟ୍ କରୁଛନ୍ତି । ଏହି ଅର୍ଥକୁ ସେମାନେ ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ସ୍ମାରକୀ କଲେଜର ମୋ କଲେଜ ଅଭିଯାନକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହି ଅର୍ଥକୁ ବ୍ୟାଙ୍କରେ ଜମା କରି ସେହି ସୁଧ ଅର୍ଥରେ ସେମାନଙ୍କ ଅଜା-ଆଇଙ୍କ ନାମରେ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବାକୁ ଦୁଇ ଶିଶୁ କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି । ଦୁଇ ଶିଶୁଙ୍କ ଏହି ମହତ୍ କାର୍ଯ୍ୟକୁ ଏବେ ସାରା ଜିଲ୍ଲାବାସୀ ଉଚ୍ଚପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.