fbpx

ବରଯାତ୍ରୀ ଶୋଭାଯାତ୍ରା ବେଳେ ଭୁଶୁଡ଼ି ପଡ଼ିଲା ଛାତ: ଦୁଇ ମୃତ, ୨୮ ଆହତ

ନାଲନ୍ଦା, ୧୬ା୫: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହକୁ ନେଇ ଖୁସିର ମାହୋଲ ଚାଲିଥିବା ବେଳେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଏହି ଘଟଣା ଘଟିଥିଲା । ଫଳରେ ଚାପି ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିବା ସହ ୨୮ ଜଣ ଆହତ ହୋଇଛନ୍ତି । ଚାପି ହୋଇ ଦୁଇଜଣ ଛୋଟପିଲାଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଅଲଗା ଅଲଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରଯାତ୍ରୀ ଆସିବା ପୂର୍ବରୁ ପରିବାରକୁ କାଳ ଆସିଥିଲା । ସମସ୍ତ ପରିବାରବର୍ଗ, ବନ୍ଧୁ ପରିଜନ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା ସହ ବରକୁ ଅପେକ୍ଷା କରିରହିଥିଲେ । ଏହି ଘଟଣାକୁ ନେଇ ଉକ୍ତ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.