ଟାଙ୍ଗୀ: କଟକ ଚୌଦ୍ୱାର ଟାଙ୍ଗୀରେ ଦୁଇ ଭାଜପା ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ତା’ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ । ଟାଙ୍ଗୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପହଞ୍ଚିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ସେଠାରେ କାର୍ଯ୍ୟକମରେ ସାମିଲ ହେବା ପାଇଁ ଏକ ଖୋଲା ଜିପରେ ଧର୍ମେନ୍ଦ୍ର ଆସୁଥିବାବେଳେ ତାଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି ଦଳୀୟ କର୍ମୀଙ୍କ ଭିତରେ ମୁହଁମୁହିଁ ପରିସ୍ଥିତି ଉପୁଜିଥିଲା ।
ଦଳୀୟ ନେତା ହିମାଂଶୁ ମହାନ୍ତି ଏବଂ ଅରିନ୍ଦମଙ୍କ ସମର୍ଥକ ସେଠାରେ ଉପସ୍ଥିତି ଥିଲେ । କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଟାଙ୍ଗୀ କପିଳାସ ରୋଡ୍ ଦେଇ କେନ୍ଦ୍ରମନ୍ତ୍ରୀ ଡ୍ରିମ୍ସ ଆସିବାର କାର୍ଯ୍ୟକ୍ରମ ଥିଲା । କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂ ଏବଂ ପୋଲିସର ବୁଝାସୁଝାରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ବିଶୃଙ୍ଖଳା ପାଇଁ ଭାଜପା ନେତା ହିମାଂଶୁ ଅରିନ୍ଦମକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ରାଜନୀତିରେ ଆବଶ୍ୟକତା ଥିବା ସମୟରେ ଅରିନ୍ଦମ ମୋ ସାହାଯ୍ୟ ମାଗୁଥିଲେ, ହେଲେ ଏବେ ମୋତେ ଅଣଦେଖା କରୁଛନ୍ତି । ଏନେଇ ଅରିନ୍ଦମଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।