fbpx

ଦୁର୍ଘଟଣାଗ୍ରସ୍ତ ହେଲା ବୟନ ଶିଳ୍ପ ମନ୍ତ୍ରୀଙ୍କ ଗାଡ଼ି : ୨ ଆହତ

Advertisement

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଦୁଲାଗଡ଼ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ି ଚାଳକ ଓ ବାଇକ ଆରୋହୀ ଆହତ ହୋଇଛନ୍ତି । ତେବେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଆଜି କୋରାପୁଟ ଗସ୍ତରେ ଯାଇଥିଲେ । ସେଠାରେ ଏକ ବୈଠକରେ ଯୋଗଦେଇ ଫେରିବା ସମୟରେ ଅପରାହ୍ଣରେ ଏକ ବାଇକ ସହ ଦୁର୍ଘଟଣା ହୋଇଥିଲା । ତେବେ ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ମନ୍ତ୍ରୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲେ । ଦୁର୍ଘଟଣାରେ ଗୁରୁତର ବାଇକ ଆରୋହୀଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.