fbpx

୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଜେଟ୍ ଆଗତ ହୋଇଥିଲା । ମୋଟ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ ଆଗତ ହୋଇଛି । ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ୧୨ ହଜାର ୬୨୪ କୋଟିର ଅର୍ଥ ବ୍ୟୟବରାଦ କରାଯାଇଛି ।

ବଜେଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୨ ହଜାର ୧୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେହିପରି ‘ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ମାନବ ସମ୍ବଳ’ ଯୋଜନା ପାଇଁ ୩୧୨ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରର ଆନୁଷଙ୍ଗିକ ସେବାର ଆନୁଷଙ୍ଗିକ ସେବା ପାଇଁ ୬୫୨ କୋଟି, ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨ ହଜାର ୩୨୫ କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ତେବେ ବଜେଟ ପାଇଁ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ସଂଗ୍ରହ କରାଯିବ । ଏହାଛଡ଼ା ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୧ ଲକ୍ଷ ୬ ହଜାର ୪୯୮ କୋଟିର ଏକ କାମଚଳା ବଜେଟ୍ ଆଗତ କରିଥିଲେ ।

Get real time updates directly on you device, subscribe now.