fbpx
BSKY SKY
BSKY SKY

ଗୋଟିଏ ଫୋନ କଲରେ ବଦଳିଗଲା ଫଡନାଭିସଙ୍କ ପଦବୀ: ଖୋଲିଲା ଉପମୁଖ୍ୟମନ୍ତ୍ରୀ ହେବାର ରହସ୍ୟ

BSKY

ମହାରାଷ୍ଟ୍ର: ଖୁବଶୀଘ୍ର ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତାରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ରାଜନୀତିର ଏହି କାହାଣୀ ଏବଂ ଏହା ପଛର ରହସ୍ୟ ଉପରୁ ଏବେ ପରଦା ଉଠିବ । ତେବେ ଏହାମଧ୍ୟରେ ସବୁଠୁ ବଡ ପ୍ରଶ୍ନବାଚୀ ଥିଲା ଦେବେନ୍ଦ୍ର ଫଡନାଭିସ ଏବଂ ତାଙ୍କ ପଦବୀକୁ ନେଇ । ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ପରେ ଉପମୁଖ୍ୟମନ୍ତ୍ରୀ ପଦରେ ନିଜକୁ ସ୍ଥାନ ଦେଇଛନ୍ତି ଫଡନାଭିସ । କିନ୍ତୁ ଏହା ପଛର ରହସ୍ୟ ଏବେ ପଦାକୁ ଆସିଛି । କେହି ଜଣେ ତାଙ୍କୁ ଫୋନ କରି ଏହି ପଦ ନେବାକୁ କହିଥିଳେ ବୋଲି ଜାଣିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଫଡନାଭିସ ସରକାର ଭିତରେ କୌଣସି ପଦ ନେବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ କଲ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥିଲା । ମୋଦି ଫଡନାଭିସଙ୍କୁ ମନାଇବା ପାଇଁ ଦୁଇ ଥର କଲ କରିଥିଲେ ଏବଂ ଡେପୁଟି ସିଏମ ଦାୟିତ୍ୱ ନେବା ପାଇଁ ପରାମର୍ଶ ଦେଇଥିଲେ । ଯାହାକୁ ଅମାନ୍ୟ କରି ପାରି ନଥିଲେ ଫଡନାଭିସ । ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟର ଯୋଗେ ଫଡନାଭିସଙ୍କୁ ଅପିଲ କରିଥିଲେ । ଏହାପରେ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅବମାନନା କରି ନପାରି ଫଡନାଭିସ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ।

ମହାରାଷ୍ଟ୍ରରେ ବିଜେପି ଫଡନାଭିସଙ୍କ ଉପରେ ୯୦% ନିଷ୍ପତ୍ତି ଛାଡିଥିଲା । ତେଣୁ ଗତ ୧୫ ଦିନରୁ ଫଡନାଭିସ ମହାରାଷ୍ଟ୍ରର ଗତିବିଧି ଉପରେ ନଜର ମଧ୍ୟ ରଖିଥିଲେ । ଏହା ସହିତ ଫଡନାଭିସ ସରକାରରୁ ବାହାରି ସିନ୍ଦେଙ୍କୁ ସମର୍ଥନ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ଗୋଟିଏ ଫୋନ କଲ, ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଚେୟାରରେ ବସାଇ ଦେଇଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ କହିବା ଅନୁସାରେ ଡେପୁଟି ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି ଫଡନାଭିସ ।

Get real time updates directly on you device, subscribe now.