fbpx

ସିଦ୍ଧୁ ମୂସେୱାଲା ହତ୍ୟାକାଣ୍ଡ: ଗୁଳି ମାରିଥିବା ୩ ସୁଟରଙ୍କୁ ଧରିଲା ପୋଲିସ

ସିଦ୍ଧୁ ମୂୂସେୱାଲା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀ ପୋଲିସ୍ ସିଦ୍ଧୁ ମୂସେୱାଲାଙ୍କ ଉପରକୁ ଗୁଳି ଚଳାଇଥିବା ୩ ସୁଟରଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତିନି ସୁଟରଙ୍କୁ ଗୁଜରାଟ ମୁନ୍ଦ୍ରାରୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ଭଳି ଦେଖାଯାଉଥିବା ରାଇଫଲ, ପିସ୍ତଲ ଏବଂ ହ୍ୟାଣ୍ଡ୍ ଗ୍ରେନେଡ ମଧ୍ୟ ଜବତ ହୋଇଛି ।

ଗିରଫ ହୋଇଥିବା ସୁଟର ମଧ୍ୟରୁ ଜଣକର ନାମ ପ୍ରିୟବ୍ରତ ଫୌଜୀ । ଫୌଜୀ ହରିୟାଣାର ଏକ ଗ୍ୟାଙ୍ଗଷ୍ଟାର । ତା’ର ଘର ସୋନିପତର ଗଢ଼ୀ ସିସାନାରେ । ପ୍ରିୟବତକୁ ଫତେହଗଡ଼ ପେଟ୍ରୋଲ ପମ୍ପ ସିସିଟିଭରେ କଏଦ ହୋଇଥିଲା । ପ୍ରିୟବ୍ରତ ଫୌଜୀ ପୂରା ଘଟଣାର ମାଷ୍ଟରମାଇଣ୍ଡ ଥିଲା । ମର୍ଡର ସମୟରେ ଫୌଜୀ ଗୋଲ୍ଡୀ ବରାଡ଼ର ସିଧାସଳଖ ସମ୍ପର୍କରେ ଥିଲା । ଏହା ପୂର୍ବରୁ ୨ ଟି ହତ୍ୟାରେ ସାମିଲ୍ ରହିଥିଲା ଫୌଜୀ । ଏହି ଦୁଇ କେସ୍ ସୋନିପତର ।

ଗିରଫ ହୋଇଥିବା ଦ୍ୱିତୀୟ ସୁଟରଙ୍କ ନାମ କଶିଶ କୁଲଦୀପ । ୨୪ ବର୍ଷୀୟ କୁଲଦୀପ ହରିୟାଣର ଝଜ୍ଜର ଜିଲ୍ଲାର ସଜ୍ୟାନ ପାପା ଗ୍ରାମର । ସେ ମଧ୍ୟ ଫତେହଗଡ଼ ପେଟ୍ରୋଲ ପମ୍ପ ସିସିଟିଗିରେ କଏଦ ହୋଇଥିଳା । ସେ ୨୦୨୧ ରେ ହରିୟାଣାର ଝଜ୍ଜର ରେ ହୋଇଥିବା ଏକ ହତ୍ୟାରେ ସାମିଲ ଥିଲା । ତୃତୀୟ ଅଭିଯୁକ୍ତର ନାଁ କେଶବ କୁମା । ୨୯ ବର୍ଷୀୟ କେଶବ । ଭଟିଣ୍ଡା ଜିଲ୍ଲାର ଆବା ବସ୍ତିର ବାସିନ୍ଦା ।

ଗିରଫ ହେବାରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ଦିଲ୍ଲୀ ପୋଲିସର ସ୍ୱେଶାଲ ସେଲ୍ ଏହି ମାମଲାରେ କାମ କରୁଥିଲା ଏବଂ ୬ ସୁଟରଙ୍କୁ ଚିହ୍ନଟ କରିଥିଲା । ପୋଲିସ କହିଥିଲା ଯେ ହତ୍ୟାକାଣ୍ଡରେ ୨ ମଡ୍ୟୁଲ ସକ୍ରିୟ ଥିଲେ । ଦୁହେଁ ଗୋଲଡୀ ବରାଡ ସଂପର୍କରେ ଥିଲେ । ଏକ ମଡ୍ୟୁଲରେ ୪ ଜଣ ବୋଲେରେ ଥିଲେ । ଏହି ଗାଡ଼ିକୁ ଏବେ ଗିରଫ ହୋଇଥିବା କଶିଶ ଚଲାଉଥିଲା ଏବଂ ଏହି ମଡ୍ୟୁଲକୁ ପ୍ରିୟବ୍ରତ ଲିଡ କରୁଥିଲା ।

ଅନ୍ୟ ମଡ୍ୟୁଲ କୋରୋଲା ଗାଡ଼ିରେ ରହିଥିଲେ । ଏହି କାରକୁ କେଶବ ଚଳାଉଥିଲା । ଏଥିରେ ଜଗଦୀପ ରୂପା ଏବଂ ମନପ୍ରୀତ ବସିଥିଲେ । କୋରୋଲା କାର ସିଦ୍ଧୁଙ୍କୁ ଓଭରଟେକ କରିଥିଲା ଏବଂ ମନପ୍ରୀତ ମନ୍ନୁ ଏକେ-୪୭ ରେ ଫାୟାରିଙ୍ଗ କରିଥିଲା ।

ଉଲ୍ଲେଖଯୋଗ୍ୟ, ୨୯ ମେ ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୂସେୱାଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ତାଙ୍କର ମୃତ୍ୟୁକୁ ନେଇ ତାଙ୍କ ପରିବାର ଏବଂ ଫ୍ୟାନ୍ସଙ୍କୁ ଶକ୍ତ ଆଘାତ ଦେଇଥିଲା । ହତ୍ୟା ଘଟଣାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡୀ ବରାଡ଼ ନିଜକୁ ଦାୟୀ କରିଥିଲେ । ଏମିତିକି ସିଦ୍ଧୁ ମୂସେୱାଲାଙ୍କ ମର୍ଡର ପ୍ଲାନିଂ ଅନେକ ସମୟରୁ କରାଯାଇଥିଲା ଏବଂ ଶେଷରେ ୨୯ ମେ ରେ ତାଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ । ଦିନଦ୍ୱିପ୍ରହରରେ ତାଙ୍କ ଗାଡ଼ି ଉପରକୁ ଗୁଳି କରି ସିଦ୍ଧୁ ମୂସେୱାଲାଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Get real time updates directly on you device, subscribe now.