fbpx

ହତ୍ୟା ନା ଆତ୍ମହତ୍ୟା: ରଶ୍ମୀରେଖାଙ୍କ ମୃତ୍ୟୁ ପଛର କାରଣ ଅର୍ଥ ନା ପ୍ରେମ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ରଶ୍ମୀରେଖାଙ୍କ ପିତାମାତା ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ ରଶ୍ମୀରେଖାଙ୍କ ରିଲେସନସିପକୁ ନେଇ ସାମ୍ନାକୁ ଆସିଛି ଦୁଇ ଜଣଙ୍କ ନାମ ରାଜା ଓ ସନ୍ତୋଷ ପାତ୍ର ।

ସେହିପରି ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ତାଙ୍କର ଜଣେ ସାଙ୍ଗ । ସେ କହିଛନ୍ତି ଯେ, ରଶ୍ମିରେଖା ଗତ ୧୮ ତାରିଖ ଦିନ ତାଙ୍କୁ ୫ ହଜାର ଟଙ୍କା ଧାର ମାଗିଥିଲେ । ରଶ୍ମିରେଖା ମାନସିକ ଭାବେ ବହୁତ ଦୃଢ଼ ଥିଲେ । ସେ ଅନ୍ୟମାନଙ୍କୁ ମୋଟିଭେଟ୍ କରାଉଥିଲେ, ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ରଶ୍ମୀରେଖାଙ୍କର ରାଜା ବୋଲି ଜଣେ ଯୁବକଙ୍କୁ ଭଲ ପାଉଥିଲେ ମାତ୍ର ତାଙ୍କର ବ୍ରେକଅପ୍ ହୋଇଯାଇଥିଲା ।

ତେବେ ରଶ୍ମିରେଖା ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଘରଭଡ଼ା ନେଇ ଏକତ୍ର ରହୁଥିଲେ । ଦୁହେଁ ସ୍ୱାମୀ-ସ୍ତ୍ରୀ ପରି ଚଳୁଥିବା ଚର୍ଚ୍ଚା ହେଉଥିଲେ ହେଁ ସେମାନଙ୍କର ବିବାହକୁ ଅସ୍ୱୀକାର କରିଛନ୍ତି ରଶ୍ମୀରେଖାଙ୍କ ପିତାମାତା । ରଶ୍ମୀରେଖାଙ୍କ ମୋବାଇଲ ପୋଲିସ ଜବତ କରିଥିବା ବେଳେ ମୃତ୍ୟୁପୂର୍ବରୁ ମୋବାଇଲରେ ବିରହ ଗୀତ ବାଜୁଥିଲା । ଏହା ମଧ୍ୟ ଡିପ୍ରେସନର ଏକ ସଙ୍କେତ ହୋଇପାରେ । ଅନ୍ୟପକ୍ଷରେ ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ୍ ନୋଟରେ ରଶ୍ମୀରେଖା ଉଲ୍ଲେଖ କରିଛନ୍ତି । ରଶ୍ମୀରେଖା ତାଙ୍କର ପୁରୁଷ ବନ୍ଧୁ ସନ୍ତୋଷଙ୍କ ସହ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । ତେବେ ଏହି ଘଟଣା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କର କଲ୍ ଡିଟେଲ୍ସ ଯାଞ୍ଚ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରେ ।

Get real time updates directly on you device, subscribe now.