fbpx

ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ପିଟିପିଟି ମାରିଦେଲେ

Advertisement

ନୂଆଦିଲ୍ଲୀ, ୧୦ା୩: ଚୋରି ସନ୍ଦେହରେ ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଦୁଇ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ଦୁଇଜଣ ଲୋକେଶ (୨୪) ଓ ଭୈୟା (୨୪) ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ଘଟିବା ପରେ ଖବର ପାଇ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ବିଜେଆରଏମ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.