BREAKING: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ

ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ।

ଭଦ୍ରକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ।

ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କଲେ ଡାକ୍ତର।

ଗାଧୋଉଥିବା ବେଳେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକ ଦୁଇ ଭଉଣୀଙ୍କୁ ପୋଖରୀରୁ ଉଦ୍ଧାର କରି ହସ୍ପିଟାଲକୁୂ ଆଣିଥିଲେ।

ହେଲେ ଦୁଇ ଭଉଣୀଙ୍କୁ ହସ୍ପିଟାଲରେ ଡାକ୍ତିର ମୃତ ଘୋଷଣା କରିଥିଲେ। ଦୁଇ ପିଲାଙ୍କୁ ହରାଇ ଶୋକରେ ବୁଡ଼ିଯାଇଛି ପରିବାର। ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।