fbpx

ରେଡ୍‌ ଜୋନ୍‌ରେ ସାମିଲ ହେଲା ଓଡ଼ିଶାର ଆଉ ୨ ଜିଲ୍ଲା, ଜାଣନ୍ତୁ କେଉଁଟି ?

ଭୁବନେଶ୍ୱର,୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଓଡିଶାର ଆଉ ୨ଟି ଜିଲ୍ଲା କୋଭିଡ ରେଡ୍ ଜୋନ୍ ଭିତରେ ସାମିଲ ହୋଇଛି । ଏହା ଭିତରେ ରେଡ୍‌ ଜୋନ୍‌ ଥିବା ଜିଲ୍ଲା ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ରେଡ୍‌ ଜୋନରେ ସାମିଲ ହୋଇଥିବା ୨ଟି ଜିଲ୍ଲା ହେଉଛି – ନୟାଗଡ଼ ଏବଂ ରାୟଗଡା ।

ଏହା ପୂର୍ବରୁ କୋଭିଡ-୧୯ ମାମଲାରେ ଅହେତୁକ ବୃଦ୍ଧି ଯୋଗୁଁ ଓଡିଶାର ୧୭ ଟି ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଥିଲା । ପୂର୍ବରୁ ରେଡ୍ ଜୋନ୍ ଭାବରେ ଟ୍ୟାଗ୍ ହୋଇଥିବା ଜିଲ୍ଲାଗୁଡିକ ହେଇଛି- ଖୋର୍ଦ୍ଧା, ସୁନ୍ଦରଗଡ, କଟକ, କାଳାହାଣ୍ଡି, ଝାରସୁଗୁଡା, ବରଗଡ, ନୁଆପଡା , ନବରଙ୍ଗପୁର, ପୁରୀ , ବଲାଙ୍ଗିର , ସମ୍ବଲପୁର , ଯାଜପୁର, ମୟୂରଭଞ୍ଜ , ଅନୁଗୁଳ, ଗଞ୍ଜାମ, କେନ୍ଦୁଝର ଏବଂ ବାଲେଶ୍ୱର ।

Get real time updates directly on you device, subscribe now.