fbpx

ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି

Advertisement

ଓଡିଶା ଭାସ୍କର; ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରି ଦୁଇ ଅନାଥ ପିଲାଙ୍କୁ ବାପା ମାଆର ପରିଚୟ ଦେଲେ ସ୍ପେନ୍ ଦମ୍ପତ୍ତି । ନୂଆ ବାପା-ମାଆଙ୍କୁ ପାଇ ସ୍ପେନ୍ ଯାଇଛନ୍ତି ୮ ବର୍ଷ ଓ ୬ ବର୍ଷର ଦୁଇ ଅନାଥ ଭଉଣୀ । ଗଜପତି ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ ପରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୫ ଓ ୪୬ ତମ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ସ୍ପେନ୍ ଦମ୍ପତି ।

ସୂଚନା ଥାଉକି, କରୋନାରେ ସଂକ୍ରମିତ ହୋଇ ବାପା-ମାଆ ଦୁହେଁ ଆରପାରିକୁ ଚାଲିଯିବା ପରେ ଗଜପତି ଜିଲ୍ଲା ଉଦୟଗିରି ଅଞ୍ଚଳର ଦୁଇ ନିରୀହ ଭଉଣୀ ଅନାଥ ହୋଇଯାଇଥିଲେ । ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପୋଷ୍ୟ ସନ୍ତାନ କେନ୍ଦ୍ର ‘ନିସାନ୍ ସାଲୋମ୍’ ଅନୁଷ୍ଠାନରେ ରଖିଥିଲା । ଆଉ ଶେଷରେ ଆଜି ସେମାନଙ୍କ ଭାଗ୍ୟ ବଦଳିବା ସହ ପରିଚୟ ଓ ଠିକଣା ମଧ୍ୟ ବଦଳି ଯାଇଛି । ପୁଣି ଥରେ ସେମାନଙ୍କୁ ନୂଆ ବାପା ମାଆ ମିଳିଯାଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସେମାନଙ୍କୁ ଆଜି ଏକ ନୂଆ ପରିଚୟ ଦେଇଛନ୍ତି ସ୍ପେନ୍ ଦମ୍ପତି ।

ଗଜପତି ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ ପରେ ବିଦେଶକୁ ଯାତ୍ରା କରିଛନ୍ତି ଦୁଇ ଶିଶୁ କନ୍ୟା । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ଥ କର୍ମକର୍ତ୍ତା ଏହି କାର୍ୟ୍ୟକ୍ରମକୁ ସହଯୋଗ କରିଛନ୍ତି । ଆଗରୁ ମଧ୍ୟ ଏହି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଅନେକ ଅନାଥ ଶିଶୁ ବିଦେଶ ଯାଇଛନ୍ତି । ତେବେ ଅନ୍ୟ ଶିଶୁଙ୍କ ପରି ଏହି ଦୁଇ ଭଉଣୀ ମଧ୍ୟ ନୂଆ ପରିବାର ସହ ସ୍ପେନରେ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.