fbpx

(VIDEO)ଗୋଟିଏ ଘରେ ଦୁଇଟି ରାଜ୍ୟ ;ଖାଇବେ ତେଲେଙ୍ଗାନାରେ ଶୋଇବେ ମହାରଷ୍ଟ୍ରରେ

ନୂଆଦିଲ୍ଲୀ: ଆମ ଦେଶରେ ୨୮ଟି ରାଜ୍ୟ ଅଛି ଏବଂ ସମସ୍ତ ରାଜ୍ୟ ତା ସୀମା ମଧ୍ୟରେ ସମିତ ମଧ୍ୟ ଥାଏ । ତେବେ ଏପରି ବି କିଛି ରାଜ୍ୟ ଅଛନ୍ତି, ଯାହାର ଅଳ୍ପ କିଛି ଅଞ୍ଚଳ ଦୁଇଟି ରାଜ୍ୟର ସୀମା ମଝିରେ ରହିଥାଏ । ଫଳରେ ସେମାନେ ଦୁଇଟି ରାଜ୍ୟରୁ ସୁବିଧା ପାଉଥିବା ବେଳେ ଅନେକ କ୍ଷେତ୍ରରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କିନ୍ତୁ ଆପଣ ଜାଣିଛନ୍ତି ଏପରି ଏକ ଘର ଅଛି ଯାହା ଦୁଇଟି ରାଜ୍ୟରେ ଅବସ୍ଥିତ । ଅର୍ଥାତ ଘର ଗୋଟିଏ କିନ୍ତୁ ଠିକଣା ଦୁଇଟି । ତେବେ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ଭାବରେ ସତ । ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର , କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି ।

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚନ୍ଦ୍ରପୁର ଜିଲ୍ଲାର ମହାରାଜଗୁଡା ଗାଁର ପାୱାର ପରିବାରଙ୍କ ଘର । ଯିଏକି ଉଭୟ ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ । ଆଖପାଖ ୧୪ ଗାଁ ଭିତରେ ପାୱାର ପରିବାରଙ୍କ ଘର ଏପରି ଏକ ସ୍ଥାନରେ ରହିଛି, ଯେଉଁଠି ଦୁଇଟି ରାଜ୍ୟର ଦବଦବା ଦେଖିବାକୁ ମିଳେ । ଉଭୟ ମହାରାଷ୍ଟ୍ର ଓ ତେଲେଙ୍ଗାନା ଏହାକୁ ନିଜ ଅଂଚଳ ବୋଲି ଦାବି କରୁଛନ୍ତି । ପରିବାର ଲୋକେ ଉଭୟ ରାଜ୍ୟ ର ଜନକଲ୍ୟାଣ ଯୋଜନାରୁ ଉପକୃତ ମଧ୍ୟ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଘର ଲୋକ ବ୍ୟବହାର କରୁଥିବା ଗାଡିର ନମ୍ବର ପ୍ଲେଟରେ କେଉଁଠି ମହାରାଷ୍ଟ୍ର ରେଜିଷ୍ଟ୍ରେସନ୍ ତ ଆଉ କେଉଁଥିରେ ତେଲେଙ୍ଗାନା ରେଜିଷ୍ଟେସନ୍ ରହିଛି । ଏଥିସହିତ ଏହି ପରିବାର ଉଭୟ ରାଜ୍ୟକୁ ଟିକସ ମଧ୍ୟ ଦେଉଛନ୍ତି ।

ତେବେ ପାୱାରଙ୍କ ଘରେ ମୋଟ ୧୦ଟି କୋଠରୀ ରହିଛି । ଯେଉଁଥିରୁ ୪ଟି କୋଠରୀ ମହାରାଷ୍ଟ୍ରରେ ରହିଥିବାବେଳେ ଅନ୍ୟ ୪ଟି ତେଲେଙ୍ଗାନାରେ ରହିଛି । ମୁଖ୍ୟତଃ ଘରର ରୋଷେଇ ଘର ତେଲେଙ୍ଗାନାରେ ରହିଥିବାବେଳେ ଶୋଇବା ଘର ଓ ହଲ ମହାରାଷ୍ଟ୍ରରେ ରହିଛି । ପାୱାର ପରିବାର ଏହି ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି । ୧୯୬୯ ମସିହାରେ ମହାରାଷ୍ଟ୍ର ଓ ତେଲେଙ୍ଗାନା ରାଜ୍ୟର ସୀମା ବିବାଦ ସମାଧାନ ହେବା ପରେ ପାୱାର ପରିବାରର ଜମି ଦୁଇଟି ରାଜ୍ୟରେ ବିଭକ୍ତି ହୋଇଥିଲା । ଫଳସ୍ୱରୂପ ଘର ମଧ୍ୟ ବିଭାଜିତ ହୋଇଥିଲା । ଯେଉଁ କାରଣରୁ ଏହି ପରିବାର ସେବେଠାରୁ ଆଜି ପର୍ଯ୍ୟନ୍ତ ଦୁଇଟି ରାଜ୍ୟର ଠିକଣାରେ ଚଳୁଛନ୍ତି ।

Get real time updates directly on you device, subscribe now.