ନୂଆଦିଲ୍ଲୀ: ରବିବାର ଦିନ ଜାପାନରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ଉଭୟ ଥର ପାଞ୍ଚରୁ ଅଧିକ ଥିଲା, ଯେଉଁ କାରଣରୁ ଉଭୟ ଥର ପ୍ରବଳ କମ୍ପନ ଘଟିଛି। ଭୂକମ୍ପରେ ପ୍ରବଳ କମ୍ପନ ହେତୁ ଆତଙ୍କ ଖେଳିଯାଇଛି ଏବଂ ଲୋକମାନେ ଘରୁ ବାହାରି ଯାଇଛନି।
ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ କିମ୍ବା ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ। ହେଲେ ଏହି ଭୂମିକମ୍ପରେ ଲୋକମାନେ ଆତଙ୍କିତ ଅଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
EarthquakeList.org ରିପୋର୍ଟ କରିଛି ଯେ, ଜାପାନରେ ଶନିବାର ଦିନ 12:24 ରେ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ରବିବାର ସକାଳେ ସକାଳ 5:12 ରେ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଛି, ଯାହା ପୂର୍ବ ଚୀନ୍ ସାଗରରେ, ନାଗୋଠାରୁ 73 କିଲୋମିଟର (45 ମାଇଲ) ଉତ୍ତର-ପୂର୍ବରେ ଜାପାନ ଉପକୂଳଠାରୁ 52 କିଲୋମିଟର ଦୂରରେ ଥିଲା ଏବଂ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.9 ମାପ କରାଯାଇଛି।