Train Accident: ସପ୍ତାହେ ଭିତରେ 2ଟି ରେଳ ଦୁର୍ଘଟଣା…ଦୁଇ ଟ୍ରେନ ଧକ୍କା ହେବା ପରେ ଲାଇନଚ୍ୟୁତ ହେଲା 3 ବଗି
ପୁଣି ଏକ ରେଳ ଦୁର୍ଘଟଣା । ହାୱଡାରେ ଦୁଇଟି ଟ୍ରେନ୍ ଧକ୍କା ହେବାରୁ ତିନୋଟି ବଗି ଲାଇନଚ୍ୟୁତ ସୂଚନା ।
ହାଇଦ୍ରାବାଦ: ହାୱଡାର ସାନ୍ତ୍ରାଗାଛି ଏବଂ ଶାଲିମାର ଷ୍ଟେସନ ମଧ୍ୟରେ ଦୁଇଟି ଟ୍ରେନ ଧକ୍କା ହୋଇଛି । ସାନ୍ତ୍ରାଗାଛି-ତିରୁପତି ଏକ୍ସପ୍ରେସ୍ ଶାଲିମାର ଯାଉଥିବା ବେଳେ ଏକ ଇଞ୍ଜିନ୍ ପାର୍ଶ୍ଵ ଲାଇନରେ ଦୁଇଟି ବଗିକୁ ଟାଣି ନେଉଥିଲା। ଉଭୟ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ଫଳରେ ମୋଟ 3ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି ।
3 ବଗି ଲାଇନଚ୍ୟୁତ- ଏହି ଦୁର୍ଘଟଣା ଯୋଗୁଁ ସାଲିମାର-ସାନ୍ତ୍ରାଗାଛି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଦୁଇଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଏବଂ ଅନ୍ୟ ଏକ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି ।
ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଲାଇନଚ୍ୟୁତ ବଗିଗୁଡ଼ିକୁ ହଟାଇବା କାମ ଆରମ୍ଭ ହୋଇଛି । ରେଳବାଇ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି । ଶୀଘ୍ର ଟ୍ରେନ ଚଳାଚଳ ସ୍ୱାଭାବିକ କରିବା ପାଇଁ ପ୍ରୟାସ କରାଯାଉଛି ।
ଜଲଗାଓଁରେ ହୋଇଥିଲା ଦୁର୍ଘଟଣା- ଏହା ପୂର୍ବରୁ, ବୁଧବାର ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଏକ ଟ୍ରେନ୍ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦ ଜଣ ଆହତ ହୋଇଥିଲେ । ବ୍ରେକ୍ ଲଗାଇବା ପରେ ପୁଷ୍ପକ ଏକ୍ସପ୍ରେସର ଚକରୁ ସ୍ପାର୍କିଂ ବାହାରିବାକୁ ଲାଗିଲା, ଯାହା ଫଳରେ ଯାତ୍ରୀମାନେ ଭାବିଲେ ଯେ ନିଆଁ ଲାଗିଯାଇଛି ଏବଂ ତା’ପରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।
ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଟ୍ରେନ୍ ଚେନ୍ ଟାଣି ଟ୍ରାକ୍ ଉପରେ ଡେଇଁ ପଡ଼ିବା ଆରମ୍ଭ କଲେ। କିଛି ଲୋକ ଟ୍ରେନ୍ର ଗୋଟିଏ ପାର୍ଶ୍ୱରେ ଥିବା କଲଭର୍ଟ କାନ୍ଥ ପାଖକୁ ଡେଇଁ ପଡ଼ିଥିଲେ ଏବଂ କିଛି ଲୋକ ଅନ୍ୟ ପାର୍ଶ୍ୱରେ ଥିବା ରେଳ ଟ୍ରାକ୍ ଉପରେ ପଡ଼ି ଯାଇଥିଲେ । ଫଳରେ ଅନ୍ୟ ଏକ ଟ୍ରେନ ଆସି ସେମାନଙ୍କ ଉପରେ ମାଡିଯାଇଥିଲା ।