fbpx

U19 World Cup: ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ଏମିତି ହୋଇପାରେ ପ୍ଲେଇଙ୍ଗ XI

Advertisement

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ୧୯ ବର୍ଷରୁ କମ ବିଶ୍ଵ କପର ଦ୍ଵିତୀୟ ସେମି ଫାଇନାଲ୍ ମୁକାବିଲା ଖେଳାଯିବ। କରୋନା ମହାମାରୀ କାରଣରୁ ଭାରତର ପ୍ରସ୍ତୁତିରେ ବହୁତ ବାଧାପ୍ରାପ୍ତ ହୋଇଛି। ଚାରି ଥରର ଚାମ୍ପିଅନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକକୁ ୪୫ ରନରେ ହରାଇ ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିଥିଲା। ତେବେ ଏହା ପରେ ଅନେକ ଖେଳାଳି କରୋନା ସଂକ୍ରମିତ ହେବା ପରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳି ପାରିନଥିଲେ। ଦଳ ପ୍ରବନ୍ଧକଙ୍କୁ ୧୧ ଜଣ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବା ବହୁତ ମୁସ୍କିଲ ହୋଇଥିଲା।

ଉଗାଣ୍ଡା ବିପକ୍ଷରେ ଛଅ ଜଣ ରିଜର୍ଭ ଖେଳାଳିଙ୍କୁ ମଇଦାନକୁ ଓହ୍ଲା ଯାଇଥିଲା। ଏହା ସତ୍ତ୍ଵେ ବି ଭାରତୀୟ ଦଳ ଆୟରଲାଣ୍ଡ ଏବଂ ଉଗାଣ୍ଡାକୁ ପରାସ୍ତ କରିଥିଲା। ଏହା ପରେ କ୍ଵାର୍ଟର ଫାଇନାଲରେ ବାଂଲାଦେଶକୁ ହରାଇଛି। ଏବେ ଭାରତ ନିକଟରେ ପୂରା ମଜବୁତ ଦଳ ରହିଛି। ନିଶାନ୍ତ ସିନ୍ଧୁ ମଧ୍ୟ ସଂକ୍ରମଣରୁ ସୁସ୍ଥ ହୋଇ ସାରିଛନ୍ତି। ଭାରତ ଆଇସିସି ଅଣ୍ଡର-୧୯ ବିଶ୍ଵ କପର ଗ୍ରୁପ୍ ବିରେ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଗ୍ରୁଡ ଡିର ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି।

 

ଭାରତୀୟ ଦଳ ବିଶ୍ଵ କପର ଗ୍ରୁପ ପର୍ଯ୍ୟାୟରେ ତିନି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ଭାରତ ସାମ୍ନାରେ ଏବେ ଅଷ୍ଟ୍ରେଲିଆ ପରି ମଜବୁତ ଦଳ ରହିଛି। କରୋନା ସହ ସଂଘର୍ଷ କରି ମ୍ୟାଚ୍ ଜିତିଥିବା ଭାରତର ମନୋବଳ ବେଶ ଦୃଢ ରହିଛି। ଭାରତ କ୍ରମାଗତ ଚତୁର୍ଥ ଅଣ୍ଡର-୧୯ ବିଶ୍ଵ କପର ସେମି ଫାଇନାଲରେ ପ୍ରବେଶ କରିଛି। ଭାରତ ନିକଟରେ ହରନୁର ସିଂହ, ଅଙ୍ଗକୃଷ୍ଣ ରଘୁବଂଶୀ, ରାଜ ବାଭାଙ୍କ ବ୍ୟତୀତ ୟଶ ଧୁଲ ଏବଂ ରଶିଦଙ୍କ ପରି ବ୍ୟାଟସମ୍ୟାନ ରହିଛି। ଧୁଲ ପ୍ରଥମ ମ୍ୟାଚରେ ୮୨ ରନ କରିଥିଲେ।

ଭାରତର ବୋଲିଂ ଆକ୍ରମଣ ମଧ୍ୟ ବେଶ୍ ମଜବୁତ ରହିଛି। ରବି କୁମାର ବାଂଲାଦେଶ ବିପକ୍ଷ ମ୍ୟାଚରେ ମାତ୍ର ୧୪ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେୱ। ଦ୍ରୁତ ବୋଲର ରାଜବର୍ଦ୍ଧନ ହଙ୍ଗରଗେକର, ସ୍ପିନର ଭିକି ଓସ୍ତଓ୍ଵାଲ ଏବଂ କୌଶଳ ତାମ୍ବେ ସହିତ ମଧ୍ୟ ଦ୍ରୁତ ବୋଲର ବାଭାଙ୍କ ଉପରେ ମଧ୍ୟ ସଭିଙ୍କ ନଜର ରହିବ।

 

ଦୁଇ ଥରର ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ କ୍ଵାର୍ଟର ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି। ଦଳ ପାଖରେ ଚତ୍ମକାର ଓପନିଂ ବ୍ୟାଟସମ୍ୟାନ ଟିଗ୍ ଓ୍ଵିଲି ରହିଛନ୍ତି। ସେ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୭୧ ବଲରୁ ୯୭ ରନ କରିଥିଲେ। ଭାରତକୁ ତାଙ୍କ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଇବାକୁ ପଡିବ। ତେବେ ଭାରତ ଅଭ୍ୟାସ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ଚଳିତ ୧୯ ବର୍ଷରୁ କମ ବିଶ୍ଵ କପରେ ପ୍ରଥମ ଦଳ ଭାବେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରି ସାରିଛି। ଦଳ ଆଫଗାନିସ୍ତାନକୁ ରୋମାଞ୍ଚକର ପ୍ରଥମ ସେମି ଫାଇନାଲ ମ୍ୟାଚରେ ୧୫ ରନରେ ହରାଇ ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଛି।

ଭାରତୀୟ ଦଳ

ଅଙ୍ଗକ୍ରିଶ ରଘୁବଂଶୀ, ହରନୁର ସିଂହ, ଏସକେ ରଶିଦ, ୟଶ ଧୁଲ(ଅଧିନାୟକ), ସିଦ୍ଧାର୍ଥ ଯାଦବ, ରାଜଙ୍ଗଦ ବାଭା, କୌଶଲ ତାମ୍ବେ, ଦିନେଶ ବାନା(ଓ୍ଵିକେଟ୍ କିପର), ରାଜବର୍ଦ୍ଧନ ହେଙ୍ଗରଗେକର, ଭିକ୍କି ଓସ୍ତଓ୍ଵାଲ, ରବି କୁମାର।

 

Get real time updates directly on you device, subscribe now.