fbpx

ଉଦୟାନିଧି ପୁଣି ଦେଲେ ବୟାନ, କହିଲେ ମୁଁ ସବୁ ମାମଲାକୁ ଆଇନଗତ ଭାବେ ସାମ୍ନା କରିବି

Advertisement

ନୂଅଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିଙ୍କ ପୁଅ ଏବଂ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ଉଦୟାନିଧି ଷ୍ଟାଲିନ ବିବାଦୀୟ ବୟାନ ଦେଇଥିଲେ । ସେ ସନାତନ ଧର୍ମର ତୁଳନା ଡେଙ୍ଗୁ, ମେଲେରିଆ ସହ କରି କହିଥିଲେ ଏହାକୁ ଶେଷ କରିବାରେ ଅଛି । ତାଙ୍କର ଏହି ବୟାନକୁ ନେଇ ସାରା ଦେଶରେ ଏବେ ଆଲୋଚନା ହେବାରେ ଲାଗିଛି । ତାଙ୍କ ବିରୋଦ୍ଧରେ ଉତ୍ତରପ୍ରଦେଶରେ କେସ ମଧ୍ୟ ରୁଜୁ କରାଯାଇଛି । ଚାରି ପଟୁ ଘେରରେ ରହିଥିବା ଷ୍ଟାଲିନ କହିଛନ୍ତି ସେ ସବୁ ମାମଲାକୁ ଆଇନ ସହାୟତାରେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ବିଗତ ୯ ବର୍ଷରୁ ବିଜେପି ବିରୋଦ୍ଧରେ ସାରା ଦେଶ ଏକାଠି ହେବାରେ ଲାଗିଛି । ସେମାନେ ମୋ ଭାଷଣକୁ ‘ଜନ ସଂହାର’ ବୋଲି କହିଛନ୍ତି । ସେ ମୋ ଭାଷଣକୁ ନିଜ ଅସ୍ତ୍ର କରିଛନ୍ତି ।

ପୁଣି ଥରେ ଉଦୟାନିଧି ବୟାନରେ କହିଛନ୍ତି ମୋ ବିରୋଧରେ ମିଥ୍ୟା ଖବର ପ୍ରଚାର କରାଯାଇଛି । ଏଥି ପାଇଁ ମୋ ବିରୋଦ୍ଧରେ କେସ ରୁଜୁ ହୋଇଛି । ତେବେ ମୁଁ ମଧ୍ୟ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି କାରଣ ସେମାନେ ମୋ ନାଁରେ ମିଛ ପ୍ରଚାର କରୁଛନ୍ତି ।

ଉଦୟାନିଧି ଷ୍ଟାଲିନ ଆହୁରି ମଧ୍ୟ କହିଛନ୍ତି ସମସ୍ତେ ଜାଣନ୍ତି ଆମେ କୌଣସି ଧର୍ମର ଶତ୍ରୃ ନୁହେଁ । ମୁଁ ଡିଏମକେ ପ୍ରତିଷ୍ଠାତା ପେରିଗିନର ଆନ୍ନାଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ଜଣେ । ଅସ ଆମେ ସମସ୍ତେ ପେରିଆର, ଆନ୍ନା, କଲୋଗନାଗର ଏବଂ ପାରାସିରିଆ ବିଚାରଧାରାକୁ ଅନୁସରଣ କରି କାମ କରିବାର ସଂକଳ୍ପ ନେବା । ସୂଚନା ଅନୁସାରେ ଉଦୟାନିଧି ଷ୍ଟାଲିନ ନିଜର ବିବାଦୀୟ ବୟାନ ପରେ ବିଭିନ୍ନ ସଂଗଠନ ତରଫରୁ ତାଙ୍କ ଉପରେ ଚାପ ପଡିବାରେ ଲାଗିଛି ।

Get real time updates directly on you device, subscribe now.