fbpx

୧୦ରୁ ୟୁଜି, ପିଜି ପାଠପଢା ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨ ।୨(ଓଡିଶା ଭାସ୍କର): କରୋନା କାଳରେ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଖୁସି ଖବର । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ପିଜି ପ୍ରଥମ ବର୍ଷ ପାଠପଢା । ୟୁଜି ଦ୍ୱିତୀୟ ବର୍ଷ ପାଠପଢା ମଧ୍ୟ ୧୦ ତାରିଖରୁ ଆରମ୍ଭ ହେବ । କ୍ଲାସ ଆରମ୍ଭ ହେବାର ଥିବାରୁ ଫେବ୍ରୁଆରୀ ୮ରୁ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ । ଏପ୍ରଲ ୧୯ରୁ ୩୦ ମଧ୍ୟରେ ୟୁଜି ତୃତୀୟ ସେମିଷ୍ଟାର ପରୀକ୍ଷା ହେବ । ୪ ବର୍ଷର ୟୁଜି କୋର୍ସର ପଞ୍ଚମ ସେମିଷ୍ଟାର ପରିକ୍ଷା ବି ଏପ୍ରିଲ ୧୯ରୁ ଆରମ୍ଭ ହେବ । ୟୁଜି ତୃତୀୟ ଓ ପଞ୍ଚମ ସେମିଷ୍ଟାର ଫଳ ମେ ୩୧ରେ ପ୍ରକାଶ ପାଇବ । ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ୍ ୭ରୁ ୧୯ ଯାଏଁ ହେବ । ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷାଫଳ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ । ପରୀକ୍ଷା ଓ ଫଳ ପ୍ରକାଶ ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.