ମୁସା ବାବୁଙ୍କର ଛୁଆ ଚିନ୍ତା ! 12ଟି ସ୍ତ୍ରୀ 102ଟି ସନ୍ତାନ, ଆଉ ନାତି ନାତୁଣୀ ସଂଖ୍ୟା…

ନୂଆଦିଲ୍ଲୀ: ପ୍ରଜନନ ହାର ହ୍ରାସ ସତ୍ତ୍ବେ ବିଶ୍ବରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକମାନେ ଜନସଂଖ୍ୟା ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । ଉଗାଣ୍ଡାରୁ ଏଭଳି ଏକ ଖବର ଆସିଛି ଯାହାକୁ ଶୁୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେଠାକାର ଜଣ ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ 12ଟି ବିବାହ କରିଛନ୍ତି  ଏବଂ ସେମାନଙ୍କର ଔରସରୁ 102ଟି ଛୁଆ ଜନ୍ମ ହୋଇଛି । ଉଗାଣ୍ଡାରେ ଜଣେ ପୁରୁଷ 12 ପତ୍ନୀଙ୍କଠାରୁ 102 ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ପିଲାମାନଙ୍କର ତାଲିକା ଏତେ ଲମ୍ବା ହେଲା ଯେ ସେ ସମସ୍ତଙ୍କର ନାମ ମଧ୍ୟ ମନେ ରଖିପାରିଲେ ନାହିଁ । ଏହି ସମସ୍ୟାର ମୁକାବିଲା ପାଇଁ ସେ ସମସ୍ତଙ୍କ ନାମ ରେକର୍ଡ କରିବା ପାଇଁ ଏକ ରେଜିଷ୍ଟର ତିଆରି କରିଛନ୍ତି ।

ପୂର୍ବ ଉଗାଣ୍ଡାର ମୁକିଜା ଗାଁର ବାସିନ୍ଦା ମୋଶା ହାସାହି କାସେରା ସୋସିଆଲ ମିଡିଆରେ ତାଙ୍କ କାହାଣୀ ସେୟାର କରିଛନ୍ତି। । ସେ କେବଳ 102 ସନ୍ତାନର ପିତା ନୁହଁନ୍ତି, ବରଂ 578 ନାତୁଣୀଙ୍କ ଜେଜେବାପା ମଧ୍ୟ ଅଟନ୍ତି। ବର୍ତ୍ତମାନ 70 ବର୍ଷ ବୟସ୍କା ମୁସା ତାଙ୍କ ବଡ ପରିବାରକୁ ସମର୍ଥନ କରିବାରେ ବଡ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି । କ୍ଷୁଧା ଏବଂ ସୀମିତ ସମ୍ବଳ ମଧ୍ୟରେ ରୋଜଗାର କରିବାକୁ ସଂଘର୍ଷ କରୁଛନ୍ତି । ଯଦି ରିପୋର୍ଟକୁ ଦେଖାଯାଏ, ତାହାଲେ ମୁସାଙ୍କର ପ୍ରତ୍ୟେକ ପତ୍ନୀର 8ରୁ 9ଟି ଛୁଆ ରହିଛି । ତେବେ ଛୁଆ ସଂଖ୍ୟା ବଢୁଥିବାରୁ ସେ ସ୍ତ୍ରୀମାନଙ୍କୁ ଗର୍ଭନିରୋଧକ ଔଷଧ ଦେବା ଆରମ୍ଭ କରିଥିଲେ । ମୁସାଙ୍କର ପ୍ରଥମ ବିବାହ 1972 ମସିହାରେ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର 17 ବର୍ଷ ହୋଇଥିଲା। ସମୟ ସହିତ ସେ 12 ଜଣ ମହିଳାଙ୍କୁ ଗୋଟିଏ ପରେ ଗୋଟିଏ ବିବାହ କରିଥିଲେ । ତେବେ ତାଙ୍କର ରୋଚକମୟ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।