fbpx

UGC NET 2023: ଆଜିଠାରୁ ଆରମ୍ଭ ହେଲା ଅନଲାଇନ ଅବେଦନ, ଜାଣନ୍ତୁ ପରୀକ୍ଷା ତାରିଖ

Advertisement

ନୂଆଦିଲ୍ଲୀ: ୟୁଜିସି ନେଟ୍ ୨୦୨୩ ଡିସେମ୍ବର ପରୀକ୍ଷା ପାଇଁ ତାରିଖ ଜାରି କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନଟିଏ)। ୨୦୨୩ ଫେବୃଆରୀ ୨୧ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୮୩ ବିଷୟରେ କମ୍ପ୍ୟୁଟର(ସିବିଟି) ମୋଡରେ ଏହି ପରୀକ୍ଷା ହେବ। ଏଥି ପାଇଁ ଆଜିଠାରୁ ଅର୍ଥାତ୍ ୨୯ ଡିସେମ୍ବରରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ବିଦ୍ୟାର୍ଥୀମାନେ ୟୁଜିସିର ଅଫିସିଆଲ ବେବ୍‌ସାଇଟ୍‌ରେ ଯାଇ ଆବେଦନ କରିପାରିବେ ।

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ହେଉଛି ୧୭ ଜାନୁଆରୀ ୨୦୨୩ । ଜାନୁଆରୀ ୧୭ ରେ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡିବ । ଯେଉଁ ପ୍ରାର୍ଥୀମାନେ ଠିକ ସମୟରେ ଆବେଦନ କରନ୍ତି ନାହିଁ ସେମାନଙ୍କୁ ସମୟସୀମା ପରେ ଆବେଦନ କରିବାର ସୁଯୋଗ ଦିଆଯିବ ନାହିଁ ।

ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ‘ସହକାରୀ ପ୍ରଫେସର’ ଏବଂ ‘ଜୁନିଅର ରିସର୍ଚ୍ଚ ଫେଲୋସିପ୍‌’ (JRF) ପଦବୀ ପାଇଁ ୟୁଜିସି ନେଟ୍ ପରୀକ୍ଷା ପରିଚାଳିତ ହେଉଛି । ଏହି ପରୀକ୍ଷା ବର୍ଷକୁ ଦୁଇଥର କରାଯାଏ ।

Get real time updates directly on you device, subscribe now.