fbpx

UGC NET Exam-2022: ସ୍ଥଗିତ ହେଲା ଦୁଇଟି ବିଷୟର ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ) ପରୀକ୍ଷା-୨୦୨୨ । ତେବେ ଦୁଇଟି ବିଷୟ ପାଇଁ ୟୁଜିସିନେଟ୍ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତାକାଲି ତେଲୁଗୁ ଓ ମରାଠୀ ଦୁଇଟି ବିଷୟର ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା । ଏହି ଦୁଇଟି ବିଷୟର ପରୀକ୍ଷା ସ୍ଥଗିତ ହୋଇଥିବା ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ସୂଚନା ଦିଆଯାଇଛି ।

ତେବେ ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବସାଇଟ୍ nta.ac.inକୁ ପରିଦର୍ଶନ କରିପାରିବେ । ଏନଟିଏ ପକ୍ଷରୁ ଜାରି ନୋଟିସ୍ ଅନୁଯାୟୀ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କର ନିଜର ପରୀକ୍ଷା ୯ ଜୁଲାଇରେ ହେବାର ଅଛି । ତେଣୁ ପ୍ରଶାସନିକ ଓ ଲଜିଷ୍ଟିକ କାରଣରୁ ୯ ଜୁଲାଇରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ତେବେ ନେଟ୍ ତେଲୁଗୁ ପରୀକ୍ଷାର ବିଷୟ କୋଡ୍ ୨୭ ଓ ମରାଠୀ ବିଷୟର କୋଡ୍ ୩୮ ରହିଥିବା ବେଳେ ଦୁଇଟି ବିଷୟର ପରୀକ୍ଷା ତାରିଖ ଖୁବଶୀଘ୍ର ସ୍ଥିର କରାଯିବ । ନୂଆ ପରୀକ୍ଷା ତାରିଖ ବିଷୟରେ ଅପଡେଟ୍ ପାଇବା ପାଇଁ ପରୀକ୍ଷାର୍ଥୀମାନେ ନିୟମିତ ୟୁଜିସି ନେଟ୍ ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ ଅନୁରୋଧ । ୟୁଜିସି ନେଟ୍ ପରୀକ୍ଷା ଜୁଲାଇ ୯, ୧୧, ୧୨ ଓ ଅଗଷ୍ଟ ୧୨, ୧୩, ୧୪ରେ ହେବା ନେଇ ସ୍ଥିରୀକୃତ ହୋଇଛି ।

Get real time updates directly on you device, subscribe now.