fbpx

UGC NET JRFର ବୈଧତା ଏକ ବର୍ଷ ପାଇଁ ବଢ଼ିଲା

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି) ପକ୍ଷରୁ ଜୁନିୟର ରିସର୍ଚ୍ଚ ଫେଲୋସିପ (ଜେଆରଏଫ) ଆୱାର୍ଡ ଲେଟରର ଭାଲିଡିଟି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ୟୁଜିସି ଅଧ୍ୟକ୍ଷ ଜଗଦେଶ କୁମାର ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ୟୁଜିସି ନେଟ ଯୋଗ୍ୟତାଧାରୀ ଯେଉଁ ପ୍ରାର୍ଥୀମାନେ କୋଭିଡ-୧୯ ମହାମାରୀ କାରଣରୁ ଆଡମିଶନ କରିପାରି ନାହାନ୍ତି, ସେମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ଶ୍ରୀ କୁମାର କହିଛନ୍ତି ।

କୋଭିଡ-୧୯ କାରଣରୁ ଅନେକ ପ୍ରାର୍ଥୀଙ୍କର ନାମଲେଖା ନେଇ ସମସ୍ୟା ସୃଷ୍ଟି ହୋଇଥିଲା । ତେଣୁ ସବୁଦୃଷ୍ଟିରୁ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୟୁଜିସି-ନେଟ ପରୀକ୍ଷା ୨୦୨୦ ଡିସେମ୍ବର ଓ ୨୦୨୧ ଜୁନରେ କରିବାକୁ ସ୍ଥିର କରିଥିଲା । ମାତ୍ର କୋଭିଡ୍ କାରଣରୁ ଉକ୍ତ ଦୁଇ ତାରିଖ ୨୦୨୧ ନଭେମ୍ବର ୨୦ ଓ ୨୦୨୨ ଜାନୁଆରୀ ୫କୁ ଘୁଞ୍ଚାଇ ଦେଇଥିଲା । ପାଖାପାଖି ୧୨ ଲକ୍ଷ ପିଲା ୟୁଜିସି-ନେଟ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ । ଏହି ପରୀକ୍ଷା ୮୧ଟି ଭାଷାରେ, ୮୩୭ଟି ସେଣ୍ଟରରେ, ଦେଶର ୨୩୯ ସହରରେ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.