fbpx
BJD SKY
BJD SKY

ଆଜି କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଫାଇଟ୍, ସଂନ୍ଧ୍ୟାରେ ରୋମାଞ୍ଚକର ମ୍ୟାଚ୍ ଦେଖିବେ ଦର୍ଶକ

BJD

ମୁମ୍ବାଇ : ଆଇପିଏଲ୍‌ -୧୫ର ଷଷ୍ଠ ଲିଗ୍‌ ମ୍ୟାଚ୍‌ରେ  କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବାକୁ ଯାଉଛନ୍ତି । ନଭି ମୁମ୍ବାଇ ସ୍ଥିତ ଡି ୱାଇ ପାଟିଲ ଷ୍ଟାଡିୟମ୍‌ରେ ୭:୩୦ରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଚଳିତ ସିଜିନ୍‌ର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇଥିବା ନାଇଟ ରାଇଡର୍ସ ଆଉ ଏକ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ । ନାଇଟ ରାଇଡର୍ସର ବୋଲିଂ ବିଭାଗ ସଂଗଠିତ ରହିଥିବା ବେଳେ ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଛନ୍ତି।

ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ ମ୍ୟାଚ୍‌ରେ ୨୦୫ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିବା ସତ୍ତେ୍ୱ ପଞ୍ଜାବ କିଙ୍ଗ୍‌ସ ଠାରୁ ୫ ୱିକେଟ୍‌ରେ ପରାଜିତ ହୋଇଥିଲା । ଦୀଶାହୀନ ବୋଲିଂ ଓ କ୍ୟାଚ ହାତଛଡ଼ା କରିବା ଯୋଗୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ପରାଜୟର ସାମ୍ନା କରିଥିଲା । ପ୍ରଥମ ବିଜୟ ଲକ୍ଷ୍ୟରେ ମାଇଦାନ୍‌ରେ କୋଲାକାତାକୁ କଡ଼ା ଟକ୍କର ଦେବ ଆର୍‌ସିବିର। ଏଥିପାଇଁ ବୋଲିଂ ଓ ଫିଲ୍ଡିଂ ବିଭାଗ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି। ଦଳର ବ୍ୟାଟିଂ ବିଭାଗ ସୁଦୃଢ ଥିବାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ ଦର୍ଶକ।

ବୋଲିଂ ଓ ଫିଲ୍ଡିଂରେ ସୁଧାର ଆଣିବା ଆରସିବି ପାଇଁ ଜରୁରୀ । ଦଳର ବ୍ୟାଟିଂ ବିଭାଗ ସୁଦୃଢ ରହିଛି । ଅଧିନାୟକ ଫାଫ ଡୁ ପ୍ଲେସି, ବିରାଟ କୋହଲି, ଦିନେଶ କାର୍ତ୍ତିକ ପ୍ରମୁଖ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ଲୟ ଫେରି ପାଇଲେ ଆରସିବିର ବିଜୟ ସମ୍ଭବ ହେବ ।

Get real time updates directly on you device, subscribe now.