fbpx

ନିଜକୁ ଏଲିଅନ୍ ବୋଲି ଦାବୀ କରୁଛନ୍ତିି ଯୁବତୀ, କହିଛନ୍ତି ମୋତେ ମଣିଷ ପରି ଜୀଇଁବା ପସନ୍ଦ ନୁହେଁ

ଆମ ଏହି ଦୁନିଆରେ ବହୁ ଅଜବ ଚରିତ୍ର ଦେଖିବାକୁ ମିଳନ୍ତି । କେହି ନିଜର ଅଜବ ବେଶ ପୋଷାକ ଲାଗି ଚର୍ଚ୍ଚାରେ ରହିଥାଏ ତ ଆଉ କେହି ଶରୀରରେ ବିଭିନ୍ନ ପ୍ରକାର ଟାଟୁ ଆଙ୍କି । ଏହି ପ୍ରକାର ବ୍ରିଟେନ ବ୍ରାଡଫୋର୍ଡର ଜଣେ ମହିଳା ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ମହିଳାଙ୍କ ନାମ ହୁରାଲି ଲି । ସେ ଏପରି ଅଜବ ଜୀବନଯାପନ କରୁଛନ୍ତି କି ତାଙ୍କୁ ଲୋକମାନେ ଏଲିଅନ ବୋଲି ଡାକୁଛନ୍ତି । ଲି ଏଲିଅନ ପରି ଦେଖାଯିବା ପାଇଁ ନିଜ ଶରୀରକୁ ସର୍ବଦା ନୀଳ ରଙ୍ଗରେ ରଙ୍ଗୀନ କରିଥାନ୍ତି ।
ଗତ ୫ ବର୍ଷ ହେବ ସେ ପ୍ରତିଦିନ ନିଜକୁ ଏପରି ନୀଳ ରଙ୍ଗରେ ପେଣ୍ଟ କରି ଆସୁଛନ୍ତି । ଏହା ଏକ ପ୍ରକାର ମେକଅପ୍ ହୋଇଥାଏ । କିନ୍ତୁ ଏହି ମେକଅପ୍‌ରେ ସେ ପୁରା ଅଜବ ନଜର ଆସିଥାନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ଅଜବ ଫଟୋସବୁ ପେଷ୍ଟ କରିଥାନ୍ତି । ଲି କହନ୍ତି, ମୁଁ ଭୁଲ୍‌ରେ ମଣିଷ ହୋଇ ଜନ୍ମ ହୋଇଛି । ମୋତେ ମଣିଷ ପରି ଦେଖାଯିବାକୁ ଆଦୌ ପସନ୍ଦ ଆସେ ନାହିଁ । ସେ କହିଛନ୍ତି ମୋତେ ତ ହାତ ଗୋଡ ବି ପସନ୍ଦ ନୁହେଁ । କେବଳ ଏକ ଗୋଲାକାର ଚମକଦାର ପିଣ୍ଡ ହୋଇ ରହିବାକୁ ମୋର ପସନ୍ଦ ।

ନିଜର ଏପରି ଅଜବ ବେଶକୁ ନେଇ ସେ କହିଛନ୍ତି ମୋତେ ଏପରି ବେଶରେ କେହି ପସନ୍ଦ କରନ୍ତୁ କି ନ କରନ୍ତୁ ସେଥିରେ ମୋତେ କିଛି ଫରକ ପଡେ ନାହିଁ । କେବଳ ମୋ ପାର୍ଟନର ଓ ମୋ କୁକୁର ବିଲେଇ ମୋତେ ପସନ୍ଦ କଲେ ଏହା ମୋ ପାଇଁ ବହୁତ ହୋଇଗଲା ।

Get real time updates directly on you device, subscribe now.