fbpx

ଖୁସିଖବର: କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ଖୋଲିଲା ୟୁକେ ରାସ୍ତା, ରହିବାକୁ ପଡ଼ିବନି କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ: ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର । ଆଜିଠାରୁ କୋଭାକ୍ସିନ୍ ନେଇଥିବା ଲୋକଙ୍କ ପାଇଁ ବ୍ରିଟେନ୍ ରାସ୍ତା ଖୋଲିଯାଇଛି । କାରଣ ବ୍ରିଟେନ୍ କୋଭାକ୍ସିନ୍ ଟିକାକୁ ସ୍ୱୀକୃତ ପ୍ରାପ୍ତ ଟିକା ତାଲିକାରେ ଅର୍ନ୍ତଭୁକ୍ତ କରିଛି । ନଭେମ୍ବର ୨୨ ତାରିଖ ପରଠାରୁ ବ୍ରିଟେନ୍ ରେ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ ନାହିଁ ।

ତେବେ ଏହି ନିଷ୍ପତ୍ତି ପରେ ଭାରତରେ କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କୁ ଆଣ୍ୱସ୍ତି ମିଳିଛି । ସେମାନେ ଏବେ ବିନା ଦ୍ୱିଧାରେ ବ୍ରିଟେନ୍ ଯାତ୍ରା କରିପାରିବେ । ୟୁକେ ସରକାର ଭାରତ ବାୟୋଟେକର କୋଭାକ୍ସିନ ୍ଟିକା ସମେତ ଚୀନର ସିନୋଫର୍ମ ଓ ସିନୋବେକ୍ ଟିକାକୁ ମଧ୍ୟ ସ୍ୱୀକୃତିପ୍ରାପ୍ତ ଟିକା ତାଲିକାରେ ଅର୍ନ୍ତଭୁକ୍ତ କରିଛି ।

ୟୁକେ ସରକାର ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ତାଲିକାକୁ ଅନୁସରଣ କରୁଛି । କୋଭାକ୍ସିନ୍ ହେଉଛି ଭାରତରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଭାକସିନ୍ । ପୂର୍ବରୁ ଏହି ଟିକା ନେଇଥିବା ଲୋକଙ୍କୁ ବ୍ରିଟେନ୍ ରେ କ୍ୱାରେଣ୍ଟାଇନ ରେ ରହିବାକୁ ପଡ଼ୁଥିଲା । ହେଲେ ଆଜି ଠାରୁ ଏହି ନିୟମକୁ ହଟାଇଦିଆଯାଇଛି ।

Get real time updates directly on you device, subscribe now.