fbpx
BJD SKY
BJD SKY

ଥାନାରେ ଶିବସେନା ନେତାଙ୍କ ଉପରକୁ ୧୦ ଗୁଳିମାଡ, ବିଜେପି ନେତା କହିଲେ ହଁ ମୁଁ ଗୁଳିମାରିଛି

BJD

ଠାଣେ: ମହାରାଷ୍ଟ୍ର ଠାଣେ ଜିଲ୍ଲାରେ ଜମି ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ପରିଚାଳିତ ଶିବସେନାର ଜଣେ ନେତାଙ୍କୁ ଗୁଳିମାଡ ହୋଇଛି । ଏହି ମାମଲାରେ ବିଜେପିର ଜଣେ ବିଧାୟକଙ୍କୁ ଗିରଫ କରାଯାଇଛି । ପୋଲିସ ଅଧିକାରୀ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି । କଲ୍ୟାଣ ନିର୍ବାଚନମଣ୍ଡଳୀରୁ ବିଜେପି ବିଧାୟକ ଗଣପତ ଗାୟକୱାଡ ଶୁକ୍ରବାର ରାତିରେ ଉଲ୍ଲାସନଗର  ହିଲ୍ ଲାଇନ୍ ଥାନାର ବରିଷ୍ଠ ନୀରିକ୍ଷକଙ୍କ କକ୍ଷ ମଧ୍ୟରେ ସେହି ନିର୍ବାଚନ ମଣ୍ଡଳୀର ଶିବସେନା ନେତା ମହେଶ ଗାୟକୱାଡଙ୍କ ଉପରକୁ ଗୁଳି ଚଳାଇଥିଲେ ।

ମିଳିଥିବା ସୂତ୍ରରୁ ଜଣାଯାଇଛି ମହେଶଙ୍କ ଉପରକୁ ପ୍ରାୟ ୧୦ଗୁଳି ମାଡ ହୋଇଛି । ଏଥିମଧ୍ୟରୁ ୬ ଗୁଳି ତାଙ୍କ ଦେହରେ ବାଜିଥିବା ବେଳେ ଆଉ ୨ ଗୁଳି ତାଙ୍କ ସହଯୋଗୀ ରାହୁଲ ପାଟିଲଙ୍କ ଦେହରେ ବାଜିଥିଲା ଓ ଆଉ ୨ ଟି ଗୁଳି ମିସ୍‌ଫାୟାର ହୋଇଯାଇଥିଲା ।
ଗଣପତ ଗାୟକୱାଡ ନିଜ ଗିରଫଦାରୀ ପୂର୍ବରୁ ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି କି ତାଙ୍କ ପୁଅକୁ ଥାନାରେ ନିର୍ଯ୍ୟାତନା ଦିଆଯାଉଥିଲା । ଏହି କାରଣରୁ ସେ ଫାୟାରିଂ କରିଥିଲେ । ସେ

ଅଭିଯୋଗ ଲଗାଇଛନ୍ତି କି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ଅପରାଧୀଙ୍କ ସାମ୍ରାଜ୍ୟ ସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି । ଗୁଳିମାଡ ପରେ ମହେଶ ଗାୟକୱାଡଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଠାଣେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଏହି ଘଟଣାରେ ବିଜେପି ନେତା ଗଣପତ ଗାୟକୱାଡ କହିଛନ୍ତି ମୋତେ ଏ ନେଇ କୌଣସି ପଶ୍ଛାତାପ ନାହିଁ । ଯଦି ମୋ ପୁଅକୁ ଥାନାରେ ପୋଲିସ ସାମ୍ନାରେ ମରଣାନ୍ତକ ଆକ୍ରମଣ କରାଯିବ ତେବେ ମୁଁ କ’ଣ କରିବି ।

Get real time updates directly on you device, subscribe now.