fbpx

ତାଲିବାନୀ ବର୍ବରତାକୁ ନେଇ ଜାତିସଂଘରେ ଉଦବେଗ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ନୀତିକୁ ବିରୋଧ କରି ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏବେ ହିଂସାର ରାସ୍ତା ଧରିଛି ତାଲିବାନ । ତାଲିବାନ ଶାସନ ବିରୋଧରେ କୌଣସି ବିକ୍ଷୋଭ ସମାବେଶକୁ ଗ୍ରହଣ କରାଯିବ ନାହିଁ ବୋଲି ତାଲିବାନ ଲୋକଙ୍କୁ ଧମକାଇଛି । ଗତ କିଛି ଦିନ ହେବ କାବୁଲ ଏବଂ ହେରତରେ ତାଲିବାନ ସରକାରକୁ ବିରୋଧ କରି ଯେଉଁ ମହିଳାମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ସେମାନଙ୍କୁ ଟାର୍ଗେଟ କରାଯାଉଛି । ଆନ୍ଦୋଳକାରୀଙ୍କ ଉପରେ ଗୁଳିମାଡ଼ ସହ ତାଲିବାନ ଆତଙ୍କବାଦୀମାନେ ଚାବୁକ ଏବଂ ଲାଠି ବ୍ୟବହାର କରୁଛନ୍ତି । ତାଲିବାନର ଆକ୍ରମଣରେ ୪ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି ।

ଜାତିସଂଘ ତାଲିବାନର ଏଭଳି ବର୍ବରତାକୁ କଡ଼ା ନିନ୍ଦା କରିଛି । ଜାତିସଂଘ ମାନବାଧିକାର ମୁଖପାତ୍ର ରବିନା ସମଦସାନି କହିଛନ୍ତି, ଆନ୍ଦୋଳନରେ ସାମିଲ ହୋଇଥିବା ଲୋକମାନଙ୍କୁ ତାଲିବାନ ସଦସ୍ୟ ଘରକୁ ଘର ବୁଲି ଖୋଜୁଛନ୍ତି । ଆନ୍ଦୋଳନର ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ତାଲିବାନ ଅତି ବର୍ବର ଅତ୍ୟାଚାର କରିଛି । ସେମାନଙ୍କୁ ଚାବୁକରେ ମାଡ଼ ମାରିଛି । ଜଣେ ସାମ୍ବାଦିକଙ୍କୁ ମୁଣ୍ଡ କାଟ କରିବାର ଧମକ ଦିଆଯାଇଥିବା ଜଣାପଡ଼ିଛି । ତାଲିବାନ ଆନ୍ଦୋଳନକାରୀ ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ କରିବା ବନ୍ଦ କରୁ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି ।

Get real time updates directly on you device, subscribe now.