ନୂଆଦିଲ୍ଳୀ: ୧୧ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଦିନକୁ ଦିନ ୟୁକ୍ରେନ ମଧ୍ୟକୁ ପଶିବାରେ ଲାଗିଛନ୍ତି । ଋଷ ସେନାକୁ ୟୁକ୍ରେନର ନାଗରିକ ମାନେ ପ୍ରତିବାଦ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଭିଡକୁ ଘଉଡେଇବା ପାଇଁ ଋଷ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଇଷ୍ଟର୍ଣ୍ଣ ୟୁରୋପିଆନ୍ ମେଡିଆ ଆଉଟଲେଟ୍ ପକ୍ଷରୁ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା । ଏହି ୧୮ ସେକେଣ୍ଡର ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।
ଋଷୀୟ ଆକ୍ରମଣ ବିରୋଧରେ ପ୍ରତିବାଦ କରିବା ପାଇଁ ଶହ ଶହ ସଂଖ୍ୟାରେ ୟୁକ୍ରେନ ନାଗରିକ ବିରୋଧ ପ୍ରଦର୍ଶନ କରିଥିଲେ । ହାତରେ ଜାତୀୟ ପତାକା ଧରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ଚାଲିଥିବା ବେଳେ ଭିଡ ହଟାଇବାକୁ ଗୁଳିଚାଳନା କରିଥିଲା । ଋଷ ଯବାନ ମାନେ ଆକାଶକୁ ଗୁଳିଚାଳନା କରିବା ସହିତ ଭିଡ ଖାଲି କରିଥିଲେ । ଦେଖନ୍ତୁ ଭିଡିଓ…..
In #Kherson, people also came out to protest against #Russian occupation. The occupiers are trying to disperse the rally with shots in the air. pic.twitter.com/nVGmruuiHt
— NEXTA (@nexta_tv) March 5, 2022