fbpx

ସମୁଦ୍ର ତଳେ ମିଳିଲା ଦ୍ୱିତୀୟ ଦୁନିଆ! ଦିନ ଥିଲା ଏହା ତଳେ ଲୋକଙ୍କୁ ସମାଧି ଦିଆଯାଉଥିଲା, ବିଶେଷଜ୍ଞ ବି ହେଲେ ଚକିତ

ଓଡିଶା ଭାସ୍କର : ବହୁ ସ୍ଥାନ ଏମିତି ଅଛି ଯେଉଁଠିକୁ ଗଲାପରେ ଆମେ ଯାହା ଖୋଜୁଥାଉ ତାହା ନ ମିଳି, ମିଳେ ଭିନ୍ନ କିଛି । ସେ ଘରର କେଉଁ କୋଣ ହେଉ ବା ସମୁଦ୍ରର ଗଭୀରତା । ସମୁଦ୍ରକୁ ଯାଉଥିବା ବିଶେଷଜ୍ଞଙ୍କୁ ବି ଆମ ଭଳି ଭିନ୍ନ ଭିନ୍ନ ଜିନିଷ ମିଳେ । ସେମାନେ ଆଶା କରି ଥାଆନ୍ତି କିଛି, ପାଆନ୍ତି ଅନ୍ୟ କିଛି । ରହସ୍ୟମୟ ବିଶ୍ୱରେ ଲୁଚି ରହିଛି ଅନେକ ଅକୁହା କଥା । ସମୁଦ୍ରରେ ଡାଇବିଂ କରିବା ସମୟରେ ଯଦି କିଛି ଦୁର୍ଲ୍ଲଭ ଜୀବ କିମ୍ବା କୌଣସି ବିପଦପୂର୍ଣ୍ଣ ସାମଗ୍ରୀ ମିଳେ ଆମେ ଆଶ୍ଚର୍ଯ୍ୟ ହୋଇଥାଉ, ମାତ୍ର ସେଠାରେ ଯଦି ଦ୍ୱିତୀୟ ଦୁନିଆ ମିଳିଯାଏ; ତେବେ ଏହା ଆମ କଳ୍ପନାର ବାହାରେ ଥାଏ । ଏମିତି କିଛି ହୋଇଛି ସେଠାକୁ ଯାଇଥିବା ପୁରାତତ୍ତ୍ୱ ବୈଜ୍ଞାନିକଙ୍କ ସହ । ଡେଲିଷ୍ଟାରର ରିପୋର୍ଟ ଅନୁସାରେ, ଆମେରିକା ଫ୍ଲୋରିଡାସ୍ଥିତ ଲେକ ଓକିଚୋବିରେ ଏକ ଅଲଗା ଦୁନିଆର ସନ୍ଧାନ ମିଳିଛି ।

୨୦୨୩ ମଇ ମାସରେ ଏକ  Dry Tortugas National park ତରଫରୁ ଘୋଷଣା କରାଯାଇଥିଲା ଯେ, ପାର୍କ ପାଖରେ ଥିବା ଆଇଲାଣ୍ଡରେ ଗୋଟିଏ କବ୍ରିସ୍ତାନ ଓ ହସ୍ପିଟାଲ ମିଳିଥିଲା । ଯାହାକୁ ବୈଜ୍ଞାନିକମାନେ ଐତିହାସିକ ବୋଲି ମତ ରଖିଥିଲେ । ସେଠାରେ ବହୁ ଲୋକଙ୍କୁ ସମାଧି ମଧ୍ୟ ଦିଆଯାଇଥିଲା । ଏବେ ପୁରାତତ୍ତ୍ୱବିତଙ୍କ ବିଶ୍ୱାସ ଅନୁଯାୟୀ ଏହି କବ୍ରିସ୍ତାନ କେବଳ ମାଟି ଉପରେ ନୁହେଁ ବରଂ ସମୁଦ୍ରର ତଳେ ବି ରହିଛି । ଏମିତି ଏନେକ ରହସ୍ୟ ଏହି ହ୍ରଦରେ ରହିଛି, ଯାହା ଏବେବି ରହସ୍ୟଘେରରେ ଅଛି । ଏହାକୁ ଭୂତ ବସବାସ କରୁଥିବା ସ୍ଥାନ ବୋଲି ବି ଲୋକେ ବିଶ୍ୱାସ କରନ୍ତି ।
ଏହିସବୁ ସମାଧି କୁଖ୍ୟାତ କଏଦୀଙ୍କ ହୋଇଥାଏ ପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଯାହା ଉପରେ ଅଧିକ ଗବେଷଣା ଲାଗି ରହିଛି । ସେଠାରେ ଥିବା ଡାକ୍ତରଖାନାରେ ୧୮୦୦-୧୯୦୦ ମସିହା ମଧ୍ୟରେ ୟଲୋ ଫେଭର ରୋଗୀଙ୍କ ଚିକିତ୍ସା କରାଯାଉଥିବା ମଧ୍ୟ ଜଣା ପଡିଛି । ଏହି ସ୍ଥାନ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀର ପ୍ରତୀଫଳନ ଅଟେ ।

Get real time updates directly on you device, subscribe now.