(Video) କେନ୍ଦ୍ର କ୍ୟାବିନେଟ ବୈଠକରେ ୪ଟି ବଡ଼ ନିଷ୍ପତ୍ତି, ରୋଜଗାର ପ୍ରୋତ୍ସାହନ ଯୋଜନାକୁ ମିଳିଲା ମଞ୍ଜୁରୀ
କେନ୍ଦ୍ର କ୍ୟାବିନେଟର ବୈଠକରେ ନିଆଗଲା ୪ଟି ବଡ଼ ନିଷ୍ପତ୍ତି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ 4ଟି ମୁଖ୍ୟ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ନିଯୁକ୍ତି ସମ୍ବନ୍ଧୀୟ ପ୍ରୋତ୍ସାହନ ଯୋଜନା, ଗବେଷଣା ବିକାଶ ଏବଂ ନବସୃଜନ (RDI) ଯୋଜନା, ଜାତୀୟ କ୍ରୀଡା ନୀତି 2025 ଏବଂ Paramakudi-Ramanathapuram ଜାତୀୟ ରାଜପଥକୁ ମଞ୍ଜୁରୀ ଦିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ସହ ଜଡିତ ପ୍ରୋତ୍ସାହନ ଯୋଜନା – ୧.୦୭ ଲକ୍ଷ କୋଟି ଟଙ୍କା, ଗବେଷଣା ବିକାଶ ଏବଂ ନବସୃଜନ (RDI) ଯୋଜନା – ୧ ଲକ୍ଷ କୋଟି ଟଙ୍କା।
ଜାତୀୟ କ୍ରୀଡା ନୀତି ୨୦୨୫ ଏବଂ ପରମାକୁଡି-ରାମନାଥପୁରମ ଜାତୀୟ ରାଜପଥର ଚାରି ଲେନକୁ – ୧,୮୫୩ କୋଟି ଟଙ୍କା ମଞ୍ଜୁର ମିଳିଛି।ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ତିନୋଟି ନିଷ୍ପତ୍ତି ଅଛି ଯାହା ଯୁବପିଢ଼ିଙ୍କ ପାଇଁ ନୂତନ ରାସ୍ତା ପ୍ରଦାନ କରିବ।
କ୍ୟାବେନେଟ ବୈଠକରେ ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସମ୍ଭାବନା ଏବଂ ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।
ଏହି ଯୋଜନାର ଲକ୍ଷ୍ୟ ୨ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ଚାକିରି ସୃଷ୍ଟିକୁ ପ୍ରୋତ୍ସାହିତ କରିବା। ଏହି ଯୋଜନାରେ ସମୁଦାୟ ବ୍ୟୟ ୯୯,୪୪୬ କୋଟି ଟଙ୍କା ରହିଛି।
ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାର ଫୋକସ ଉତ୍ପାଦନ କ୍ଷେତ୍ର ଉପରେ ରହିବ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ରୋଜଗାର ପାଇଥିବାଙ୍କ ପାଇଁ ଏବଂ ଅନ୍ୟଟି ସ୍ଥାୟୀ ନିଯୁକ୍ତିକୁ ସମର୍ଥନ କରିବା ପାଇଁ।
#WATCH | Union Minister Ashwini Vaishnaw says, “Union Cabinet approves Employment Linked Incentive Scheme – Rs 1.07 Lakh Crores, Research Development and Innovation (RDI) scheme – Rs 1 Lakh Crores, National Sports Policy 2025 and Four-laning of Paramakudi-Ramanathapuram national… pic.twitter.com/kAm0Bl0TtP
— ANI (@ANI) July 1, 2025