ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ
ସବୁ ରାଜ୍ୟକୁ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଲେଖିଲା ଚିଠି।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ଭାରତର ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଯାଇଛି। ଯୁଦ୍ଧ ସ୍ଥିତିକୁ ନଜରରେ ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଜରୁରୀକାଳିନ ବୈଠକ ହୋଇଛି। ପୂର୍ବରୁ ହାଇଆଲର୍ଟ ଜାରି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ବାଞ୍ଚଳ DIGଙ୍କ ସମେତ ଅଧିକାରୀ ସାମିଲ ହୋଇ ଆଲୋଚନା କରିଛନ୍ତି।
ଏପଟେ ସବୁ ରାଜ୍ୟକୁ କେନ୍ଦ୍ର ଚିଠି ପଠାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଚିଠି ଜାରି କରାଯାଉଛି ସମସ୍ତ ଜିଲ୍ଲାର ଶାସନ ସଚିବମାନଙ୍କ ପାଖକୁ। ସିଭିଲ ଡିଫେନ୍ସ ନିୟମ ଅନୁସାରେ ଜରୁରୀ କ୍ଷମତା ପ୍ରୟୋଗ ନିର୍ଦ୍ଦେଶ। ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ। ଆବଶ୍ୟକସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।