fbpx

କ୍ୟାନ୍ସର ହୋଇଛି କି ନାହିଁ ଜାଣିବା ହୋଇଯିବ ଆହୁରି ସହଜ: ବ୍ଲଡ ସାମ୍ପୂଲ ମାଧ୍ୟମରେ ଏହାକୁ ଚିହ୍ନଟ କରିବ ଖାସ୍‌ ଡିଭାଇସ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ପ୍ରତିବର୍ଷ ପାଖାପାଖି ଏକ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଏହି କ୍ୟାନ୍ସର ରୋଗ ପାଇଁ ହେଉଛି । କ୍ୟାନ୍ସର ଏକ ଏପରି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହେଇଯାଏ । ଭାରତରେ କ୍ୟାନ୍ସର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୦୨୨ରେ ଭାରତରେ ୧୪ ଲକ୍ଷରୁ ଅଧିକ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ପକ୍ଷରୁ ଜାରି ରିପୋର୍ଟରୁ ଜଣାପଡ଼ିଥିଲା ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରିପୋର୍ଟ ମୁତାବକ, ଭାରତରେ ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଭୟଙ୍କର କର୍କଟ ରୋଗରେ ସଂକ୍ରମିତ ହେଉଛି । ଉଭୟ ପୁରୁଷ ଓ ମହିଳା ଫୁସଫୁସ ଓ ସ୍ତନ କର୍କଟରେ ଆକ୍ରାନ୍ତ ହେଉଛନ୍ତି । ନବଜାତଙ୍କଠାରୁ ଆରମ୍ଭ କରି ୧୪ ବର୍ଷର ପିଲାଙ୍କ କ୍ଷେତ୍ରରେ ଲିମ୍ଫୋଇଡ୍ ଲ୍ୟୁକେମିଆ ଦେଖିବାକୁ ମିଳୁଛି । ତେବେ ଗତ ୨୦୨୦ ବର୍ଷ ତୁଳନାରେ ଆସନ୍ତା ୨୦୨୫ ବେଳକୁ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

ତେବେ ଏଣିକି କ୍ୟାନସରକୁ ଚିହ୍ନଟ କରିବା ଅତି ସହଜ ହୋଇପାରିବ । ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏଥିପାଇଁ ଏକ ନୂଆ ଡିଭାଇସ ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ର ମାଧ୍ୟମରେ ଜଣଙ୍କ ଶରୀରରେ କ୍ୟାନସର ବିକଶିତ ହୋଇଛି କି ନା ତାହା ସ୍ପଷ୍ଟ ହୋଇଯିବ । ଏହି ଡିଭାଇସର ନାମ ହେଉଛି ‘ଷ୍ଟାଟିକ୍ ଡ୍ରପଲେଟ୍ ମାଇକ୍ରୋଫ୍ଲୁଇଡିକ୍’ ।

ଏହା ବ୍ଲଡ୍ ସାମ୍ପୂଲରୁ କ୍ୟାନସର ସେଲକୁ ଚିହ୍ନଟ କରିପାରିବ । ଏହି ଯନ୍ତ୍ର ରୋଗୀ ଶରୀରରେ ସର୍କୁଲେଟିଂ ଟ୍ୟୁମର ସେଲସକୁ ଚିହ୍ନଟ କରିଥାଏ, ଯେଉଁ ଟ୍ୟୁମର କ୍ୟାନସରର ମୂଳ ରୂପ ହୋଇଥାଏ । ସାଧାରଣ ଭାବେ ଟ୍ୟୁମରରୁ କ୍ୟାନସର ବିକଶିତ ହୋଇ ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଏହି ଡିଭାଇସ୍ ରୋଗୀର ସାମ୍ପୂଲରୁ ଯକୃତ ଓ ବ୍ଲାଡର କର୍କଟକୁ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.