fbpx

ଆସନ୍ତାକାଲିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୧ ହାଟ, ବିଏମସିର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲା ବ୍ୟବସାୟୀ ସଂଘ

ଓଡିଶା ଭାସ୍କର: ଆସନ୍ତାକାଲିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ-୧ ହାଟ । ଏନେଇ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି । ଏଠାରେ କହି ରଖୁଛୁ ଯେ,ପାର୍କିଂ ଓ ଜବରଦଖଲ ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ ୟୁନିଟ ୧ ହାଟ ବ୍ୟବସାୟୀ ସଂଘ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା । ଯାହା ଫଳରେ ପ୍ରାୟ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଫଳରେ ଗ୍ରାହକ ହଇରାଣ ହରକତ ହେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ।

ଅନ୍ୟପଟେ ବ୍ୟବସାୟୀ ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ସେମାନଙ୍କ ସମସ୍ୟା ସମାଧାନ ପାଇଁ ବିଏମସି ପକ୍ଷରୁ ଆଲୋଚନା କରାଯାଇଥିଲା । ଦାବି ପୂରଣ ନେଇ ବିଏମସି ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ୟୁନିଟ ୧ ହାଟ ବ୍ୟବସାୟୀ ସଂଘ । ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ରୁ ୪ ଦିନ ସମୟ ନେବା ସହ ଅନ୍ୟାନ ସମସ୍ୟା ସମାଧାନ କରିବା ପାଇଁ ବିଏମସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ରହିଛି ।

Get real time updates directly on you device, subscribe now.