ନୂଆଦିଲ୍ଲୀ: କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତେ ଫ୍ଲାଇଟର ବ୍ୟବହାର କରିଥାନ୍ତି । କିନ୍ତୁ ବିଗତ 1 ବର୍ଷ ହେବ ଫ୍ଲାଇଟରୁ ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଚଳନ୍ତା ଫ୍ଲାଇଟରେ ଜଣେ ଯାତ୍ରୀ ଫ୍ଲାଇଟର ସିଟକୁ ଗୋଇଠା ମାରିମାରି ଭାଙ୍ଗିଦେଇଥିବା ଦେଖାଯାଇଛି । ଆଷ୍ଟିନରୁ ଲସଏଞ୍ଜେଲସ ଯାଉଥିବା ବିମାନରେ ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି । ଏହି ଫ୍ଲାଇଟ ୟୁନାଇଟେଡ୍ ଏୟାରଲାଇନ୍ସ ଅଟେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖାଯାଇଛି ଯେ, ଯାତ୍ରୀଜଣକ ସିଟ୍ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ହେଁ କୌଣସି କ୍ରୁ ମେମ୍ବର ତାଙ୍କୁ ଅଟକାଉ ନାହାନ୍ତି । କିନ୍ତୁ ଯାତ୍ରୀମାନେ ବିରୋଧ କରିବା ସତ୍ତ୍ବେ ମଧ୍ୟ ଯାତ୍ରୀଜଣକ ମାନୁନଥିବା ଦେଖାଯାଇଛି । ତେବେ ଯାତ୍ରୀଜଣକଙ୍କର ଏଭଳି ହରକତକୁ କାବୁ କରିବା ପାଇଁ ଦୁଇତିନିଜଣ ଯାତ୍ରୀ ଏକାଠି ହୋଇ ତାଙ୍କୁ ବାନ୍ଧି ପୋଲିସକୁ ଦେଇଥିବା ଜଣାପଡିଛି । ତେବେ ଉକ୍ତ ଯାତ୍ରୀଙ୍କୁ କାବୁ କରିବା ପରେ ଫ୍ଲାଇଟଟି ଲ୍ୟାଣ୍ଡ କରିଥିଲା ଏବଂ ଯୁବକଙ୍କୁ ଗିରଫ କରିଥିଲା । ଏହାସହିତ ଉକ୍ତ ଯାତ୍ରୀଙ୍କୁ ବିମାନ ଉଡାଣରେ ପ୍ରତିବନ୍ଧକ ଲଗାଯାଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି ।
🚨#BREAKING: “ZIP TIE HIS ASS DOWN!!”
⚠️Wild video shows United Airlines passenger destroys a plane seat before three others restrain him with seatbelts
Reddit users: “just testing out the new lie-flat seats in United Economy.”
Source – New York Post pic.twitter.com/Bx0JSHLY1k
— HustleBitch (@HustleBitch_) November 26, 2024