fbpx

ହେଲିକପ୍ଟରର ସନ୍ଦେହଜନକ ଉଡ଼ାଣ: ଭୟଭୀତ ହେଲେ ସ୍ଥାନୀୟ ଲୋକ

ପାରଳାଖେମୁଣ୍ଡିରେ ଏକ ହେଲିକପ୍ଟରର ସନ୍ଦେହଜନକ ଉଡ଼ାଣକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ । ଶନିବାର ସନ୍ଧ୍ୟା ସମୟରେ ଏକ ହେଲିକପ୍ଟର ଅଚାନକ ଲ୍ୟାଣ୍ଡିଂ ଉଦ୍ୟମ କରିଥିଲା ।

ମିଳିଥିବା ସୂଚନା ଅନୁଯାୟୀ , ହେଲିକପ୍ଟରଟି ଗଜପତି ଷ୍ଟାଡିୟମର ନିକଟତର ହୋଇ ପୁଣି ଉଡ଼ିଯାଇଥିଲା । ତେବେ ହେଲିକପ୍ଟରକୁ ଦେଖି ଷ୍ଟାଡିୟମରେ ଖେଳୁଥିବା ପିଲାମାନେ ଆତଙ୍କିତ ହୋଇପଡ଼ିଥିଲେ । ସେପଟେ ହେଲିକପ୍ଟରର ଉଡ଼ାଣ ନେଇ ସ୍ଥାନୀୟ ପ୍ରଶାସନ ପାଖେ ଖବର ନଥିବାବେଳେ କାହିଁକି ଏଠାରେ ହେଲିକପ୍ଟରଟି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରୁଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.