Unlimited Calling, ୧୬୦ ଦିନ ଭ୍ୟାଲିଡିଟି ଏବଂ Free SMS… ଦମଦାର ରିଚାର୍ଜ ପ୍ଲାନ ଆଣିଲା BSNL

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ଏବଂ ଏୟାରଟେଲ ନିଜ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ବର୍ତ୍ତମାନ BSNLକୁ ମନ ବଳାଇଛନ୍ତି ଗ୍ରାହକ । କମ୍ ମୂଲ୍ୟରେ ଦମଦାର ଅଫର ଦେଉଥିବା BSNL ବର୍ତ୍ତମାନ ଅଧିକାଂଶ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । ତେବେ ଗ୍ରାହକଙ୍କ ଡିମାଣ୍ଡକୁ ଦେଖି ଟେଲିକମ୍ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ 4G ସେବା ଆରମ୍ଭ କରିସାରିଛି । ଏହାସହିତ ଖୁବଶୀଘ୍ର 5G ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛି । BSNL ୟୁର୍ଜରଙ୍କୁ ଖୁବ ଶସ୍ତାରେ ଜିଓ ଏବଂ ଏୟାରଟେଲ ଅପେକ୍ଷା ଦମଦାର ଅଫର ପ୍ରଦାନ କରୁଛି । ବର୍ତ୍ତମାନ ଚାଲନ୍ତୁ ଏଭଳି ଏକ ରିଚାର୍ଜ ପ୍ଲାନ ଉପରେ ନଜର ପକାଇବା…

BSNL ୟୁଜରମାନଙ୍କ ପାଇଁ ଆଣିଛି ଏକ ମ୍ୟାଜିକ ଅଫର । ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ମାତ୍ର ୯୯୭ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ପ୍ଲାନରେ ୟୁଜରଙ୍କୁ ପ୍ରତ୍ୟେକ ଦିନ ୨ ଜିବି ଡାଟା ପ୍ରଦାନ କରୁଛି କମ୍ପାନୀ । ଏଥିରେ ଏକ ପ୍ରକାରର ଅନଲିମିଟେଡ ଡାଟା ମଧ୍ୟ ପ୍ରଦାନ କରାଯାଉଛି । ତେବେ ଦୈନିକ 2GB ଡାଟା ପରେ ୟୁଜରଙ୍କ ଇଣ୍ଟରନେଟ ସ୍ପିଡ 40 kbps କୁ ଖସିଆସେ । ତେବେ ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗର ଫାଇଦା ମଧ୍ୟ ପାଇପାରିବେ ଗ୍ରାହକ । BSNL ନମ୍ବରରୁ ସମସ୍ତ ଲୋକାଲ ଏବଂ STD ନମ୍ବରକୁ କଲ୍ କରିପାରିବେ ।

ସେହିପରି ଏହି ରିଚାର୍ଜ ପ୍ଲାନରେ ୟୁଜର ଦୈନିକ ୧୦୦ ମାଗଣା SMS ମଧ୍ୟ ଉପଲବ୍ଧ ରହିବ । ଏହି ପ୍ଲାନରେ ୟୁଜରଙ୍କୁ ୧୬୦ ଦିନର ଭ୍ୟାଲିଡିଟି ପ୍ରଦାନ କରାଯାଉଛି । ଏହି ପ୍ଲାନରେ ହାର୍ଡି ଗେମ୍ସ+ଚାଲେଞ୍ଜର ଏରିନା ଗେମ୍ସ+ଗେମ୍ ଅନ୍ ଏବଂ ଏଷ୍ଟ୍ରୋଟେଲ+ ଗେମିୟମ ଜିଙ୍ଗ ମ୍ୟୁଜିକ+ Wow Entertainment ଏବଂ BSNL Tunes ଲିଷ୍ଟନ ପୋଡୋକାଷ୍ଟ ଭଳି ଅନେକ ସୁବିଧା ମଧ୍ୟ ଦେଉଛି ସରକାରୀ ଟେଲିକମ୍ କମ୍ପାନୀ BSNL।

ଯଦି ୟୁଜର ଲମ୍ବା ଭ୍ୟାଲିଡିଟି ସହିତ କଲିଙ୍ଗ ସୁବିଧା ଚାହୁଁଛନ୍ତି, ତେବେ BSNLର ୯୯୯ ଟଙ୍କାର ରିଚାର୍ଜ ପ୍ଲାନ ରିଚାର୍ଜ କରିପାରିବେ । ଏଥିରେ ୟୁଜରଙ୍କୁ ୨୦୦ ଦିନର ଭ୍ୟାଲିଡିଟି ସହ ଗ୍ରାହକଙ୍କୁ ସମସ୍ତ ନେଟୱର୍କକୁ ଅନଲିମିଟେଡ ଭଏସ କଲ୍ ପ୍ରଦାନ କରାଯାଏ । ତେବେ ୟୁଜର ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ କୌଣସି SMS କିମ୍ବା ଡାଟା ସୁବିଧା ମିଳିପାରିବ ନାହିଁ ।