fbpx

୧୫ ଅଗଷ୍ଟରେ ବଡ଼ ବିସ୍ଫୋରଣ ପାଇଁ ପ୍ରସ୍ତୁତି କରୁଥିଲା ଆଇଏସଆଇଏସ ଆତଙ୍କୀ, ଗିରଫ କଲା ଏଟିଏସ୍

ଲକ୍ଷ୍ନୌ: ସ୍ୱତନ୍ତ୍ରତା ଦିବସ ଅବସରରେ ବିସ୍ଫୋରଣ ଯୋଜନା କରୁଥିବା ଆଇଏସଆଇଏସ ସହ ଜଡ଼ିତ ଆତଙ୍କବାଦୀ ସବାଉଦ୍ଦୀନ ଆଜମୀକୁ ୟୁପି ଏଟିଏସ ଆଜମଗଢ଼ରୁ ଗିରଫ କରିଛି । ଆତଙ୍କବାଦୀ ପାଖରେ ଆଇଇଡି ପ୍ରସ୍ତୁତ କରିବା ସାମଗ୍ରୀ, ଅଫୁଟା ଗୁଳି ଇତ୍ୟାଦି ଜବତ ହୋଇଛି । କୁହାଯାଉଛି ଯେ ଗିରଫ ହୋଇଥିବା ଆତଙ୍କବାଦୀ ଆଇଏସଆଇଏସ ସିଧା ସଂପର୍କରେ ଥିଲା ।

ୟୁପି ଏଟିଏସକୁ ସୂଚନା ମିଳିବା ପରେ ଅମିଲୋ ମୁବାରକପୁରରେ ଜଣେ ବ୍ୟକ୍ତି ନଜ ସାଥୀଙ୍କ ସହ ମିଶି ଆଇଏସଆଇଏସ ବିଚାରଧାର ଦ୍ୱାରା ପ୍ରଭାବିତ ହୋଇ ହ୍ୱାଟ୍ସଆପ୍ ଏବଂ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଜିହାଦୀ ବିଚାରଧାରର ପ୍ରଚାର-ପ୍ରସାର କରୁଛନ୍ତି । ଏବଂ ଅନ୍ୟ ଲୋକଙ୍କୁ ଆଇଏସଆଇଏସ ସହ ଯୋଡ଼ି ହେବା ପାଇଁ ପ୍ରେରିତ କରୁଛି ।

ଏଟିଏସ ମୁଖ୍ୟାଳୟରେ ପଚରାଉଚରା କରାଯାଉଛି । ମୋବାଇଲ ଡାଟା ତଲାସି କରିବା ପରେ ସେ ପ୍ରତିବନ୍ଧକ ଆତଙ୍କୀ ସଂଗଠନ ଆଇଏସଆଇଏସ ଦ୍ୱାର ଆତଙ୍କ ଏବଂ ଜିହାଦ ମୁସଲିମ ଯୁବକଙ୍କ ବ୍ରେନୱାସ କରିବା ପାଇଁ ତିଆରି ହୋଇଥିବା ଟେଲିଗ୍ରାମ ଚ୍ୟାନେଲରେ ଯୋଡ଼ି ହୋଇଥିବା ପ୍ରମାଣ ମିଳିଥିଲା । ବର୍ତ୍ତମାନ ସମୟରେ ଅଭିଯୁକ୍ତ ଏଆଇଏମଆଇଏମର ସଦସ୍ୟ ଭାବେ ମଧ୍ୟ ରହିଛି ।

Get real time updates directly on you device, subscribe now.