fbpx

ଦିବଂଗତ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ ‘କର୍ଣ୍ଣାଟକ ରତ୍ନ ସମ୍ମାନ’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନ୍ନଡର ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯିବ । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଲାଲବଗ ଗ୍ଲାସ ହାଉସରେ ସ୍ୱତନ୍ତ୍ରତା ଦିବସ ଫ୍ଲାୱାର ଶୋ ଉଦ୍ଘାଟନ ପରେ ସୂଚନା ଦେଇଥିଲେ । ଚଳିତ ବର୍ଷ ରାଜ୍ୟ ସ୍ଥାପନା ଦିବସ ଅବସରରେ ଦିବଂଗତ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ।

କର୍ଣ୍ଣାନାଟକ ସରକାର ଚଳିତ ବର୍ଷ ରାଜ୍ୟ ସ୍ଥାପନା ଦିବସ ଅବସରରେ ଦିବଂଗତ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ମରଣୋତ୍ତର ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ ସମ୍ମାନୀତ କରିବାକୁ ଯାଉଛନ୍ତି । କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମା ଏହାକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ନଭେମ୍ବର ୧ ତାରିଖରେ ପୁନୀତ ରାଜକୁମାରଙ୍କୁ ଏହି ‘କର୍ଣ୍ଣାଟକ ରତ୍ନ’ପୁରସ୍କାର ଦିଆଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଡ. ରାଜକୁମାରଙ୍କ ପରିବାର ସଦସ୍ୟଙ୍କୁ ସମିତିର ସଦସ୍ୟ ରୂପେ ସାମିଲ କରାଯିବ । ଲାଲବଗ ଗ୍ଲାସ ହାଉସରେ ସ୍ୱତନ୍ତ୍ରତା ଦିବସ ଫ୍ଲାୱାର ଶୋ ଉଦ୍ଘାଟନ ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ କନ୍ନଡ ସୁପରଷ୍ଟାର ପୁନୀତ୍ ରାଜକୁମାର ତାଙ୍କ ବାପାଙ୍କ ପରି ମୃତ୍ୟୁ ପରେ ନିଜର ଆଖି ଦାନ କରିଥିଲେ । ତେବେ ଅଭିନେତା ଡ. ରାଜକୁମାରଙ୍କ ପରିବାର ୧୯୯୪ ମସିହାରେ ନିଜର ଚକ୍ଷୁ ଦାନ କରିବାକୁ ନିଷ୍ପତି ନେଇଥିଲେ । ଏହାପରେ ସେ ୨୦୦୬ ମସିହାରେ ସେ ନିଜର ଆଖି ଦାନ କରିଥିଲେ । ସେହିପରି ୨୦୧୭ ମସିହାରେ ଅଭିନେତା ପୁନୀତ ରାଜକୁମାରଙ୍କ ମାଆ ପାର୍ବତମ୍ମାଙ୍କ ମୃତ୍ୟୁପରେ ସେ ମଧ୍ୟ ନିଜର ଚକ୍ଷୁ ଦାନ କରିଥିଲେ । ତେବେ ପୁନୀତ ହେଉଛନ୍ତି ତାଙ୍କ ପରିବାରର ତୃତୀୟ ବ୍ୟକ୍ତି ଯିଏକି ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଛନ୍ତି । ଯାହାକୁ ସମଗ୍ର କର୍ଣ୍ଣାଟକରେ ପ୍ରଶଂସା କରାଯିବା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କୁ ମରଣୋତ୍ତର ର ‘କର୍ଣ୍ଣାଟକ ରତ୍ନ’ ସମ୍ମାନରେ ସମ୍ମାନୀତ କରିବେ ।

ଅକ୍ଟୋବର ୨୯ ତାରିଖ ୨୦୨୧ମସିହାରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ପୁନୀତ ରାଜକୁମାର । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ପୁନୀତଙ୍କ ପରଲୋକରେ ସମଗ୍ର କର୍ଣ୍ଣାଟକ ସମେତ ଦେଶରେ ମଧ୍ୟ ଶୋକର ଛାୟା ଖେଳିଯାଇଥିଲା ।

Get real time updates directly on you device, subscribe now.