UP By Election 2024: ବିଜେପି ଜାରି କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ କେଉଁଠାରୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଧାନସଭା ଉପନିର୍ବାଚନ ୨୦୨୪ ପାଇଁ ବିଜେପି ୭ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ମାତ୍ର ଗୋଟିଏ ସିଟରେ ଆରଏଲଡି ନିଜ ପ୍ରାର୍ଥୀଙ୍କୁ ଟିକେଟ ଦେବ। ପାର୍ଟୀ କୁନ୍ଦରକୀରୁ ରାମବୀର ସିଂହ ଠାକୁରଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି। ସେହିପରି ଗାଜିୟାବାଦରୁ ସଞ୍ଜୀବ ଶର୍ମା, ଖୈର ସୁରେନ୍ଦ୍ର ଦିଲେର, କରହଲରୁ ଅନୁଜେଶ ଯାଦବ, ଫୁଲପୁରରୁ ଦୀପକ ପଟେଲ, କଟେହରୀରୁ ଧର୍ମରାଜ ନିଷାଦ ଏବଂ ମଝବା ଆସନରୁ ସୂଚୀସ୍ମିତା ମୋର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ବିଜେପି ବର୍ତ୍ତମାନ ସୀସାମଉ ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।

ଏହା ପୂର୍ବରୁ ବିଜେପିର ସହଯୋଗୀ ନିଷାଦ ପାର୍ଟୀ ମଧ୍ୟ ଆସନ ପାଇଁ ଦାବି କରୁଥିଲା, ହେଲେ ଦଳ ନିଷାଦ ପାର୍ଟୀକୁ କୌଣସି ଟିକେଟ ଦେଇନାହିଁ। ରବିବାର ଦିନ ଜେପି ନଡ୍ଡାଙ୍କ ଆବାସରେ ହୋଇଥିବା ବୈଠକରେ ଡେପୁଟି ସିଏମ କେଶବ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କୁ ସଞ୍ଜୟ ନିଷାଦଙ୍କ ଅସନ୍ତୋଷ ହଟାଇବା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସଞ୍ଜୟ ନିଷାଦ କହିଛନ୍ତି ଯେ, ୨୦୨୨ର ନିର୍ବାଚନରେ କଟହରୀ ଏବଂ ମଝାବ ସିଟରେ ନିଷାଦ ପାର୍ଟୀର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲା, ଏହି ଆଧାରରେ ସଞ୍ଜୟ ନିଷାଦ ଦୁଇଟି ଟିକେଟ ମାଗୁଥିଲେ।