fbpx

ଲାଗୁ ହେଲା ନୂଆ ନିୟମ:ମୁଖ୍ୟମନ୍ତ୍ରୀଙ୍କ ହଁ ବିନା ହେବନି ବଦଳି

ଉତ୍ତରପ୍ରଦେଶ:ଏଥର ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ହୋଇ ପାରିବ ନାହିଁ ସ୍ଥାନାନ୍ତରଣ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଗ୍ରୁପ ଏ,ବି,ସି ଏବଂ ଡି କର୍ମଚାରୀଙ୍କ ସ୍ଥାନାନ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ କରାଯିବ । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ଦୁର୍ଗାଶଙ୍କର ମିଶ୍ର ।

ଏହି ସୂଚନା ଦିଆଯାଇ କୁହାଯାଇଛି ଯେ ଜୁନ୧୫ରେ ସରକାରୀ କର୍ମଚାରୀ ଙ୍କ ସ୍ଥାନାନ୍ତର ସମ୍ପର୍କରେ ନୀତି ଜାରି କରିଥିଲା । ଏଥିରେ ବିଭାଗର ମୁଖ୍ୟ ମାନଙ୍କୁ ମନ୍ତ୍ରୀଙ୍କ ଅନୁମତି କ୍ରମେ ଜୁନ ୩୦ ପର୍ଯ୍ୟନ୍ତ ସ୍ଥାନାନ୍ତର କରିବା ପାଇଁ ଅଧିକାର ଦିଆଯାଇଛି ବୋଲି କୁହାଯାଇଥିଲା ।
ବର୍ତ୍ତମାନ ଏହି ସମୟ ସୀମା ସମାପ୍ତି ହୋଇଛି ।ବର୍ତ୍ତମାନ ଗ୍ରୁପ ଏ,ବି,ସି ଏବଂ ଡି କର୍ମଚାରୀଙ୍କ ସ୍ଥାନାନ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଅନୁମତି ନେବାକୁ ପଡିବ । ଏବଂ ଏହି ଆଦେଶକୁ କଠୋର ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.