ଆୟକର ପୋର୍ଟାଲ incometax.gov.inରେ ଏପରି ଅପଡେଟ୍ କରନ୍ତୁ ନିଜର ପ୍ରୋଫାଇଲ୍, ଆଧାର, ପାନ୍ ଓ ବ୍ୟାଙ୍କ ଖାତା…

ନୂଆଦିଲ୍ଲୀ: ଆୟକର ବିଭାଗ ନୂତନ ଆଇଟିଆର୍ ପୋର୍ଟାଲକୁ ଇ-ଫାଇଲିଂ ୨.୦ ଭାବରେ ନାମିତ କରାଯାଇଛି । ଏହି ନୂତନ ପୋର୍ଟାଲ ଜରିଆରେ ରିଟର୍ଣ୍ଣ ଫାଇଲ୍ କରିବା ଠାରୁ ଆରମ୍ଭ କରି ରିଫଣ୍ଡ ପାଇବା ପ୍ରକ୍ରିୟାକୁ ଦ୍ରୁତ ଓ ସହଜ କରାଯାଇଛି । ତେବେ ଏହାର ଲାଭ ଉଠାଇବା ପାଇଁ କରଦାତାଙ୍କୁ ନିଜର ପ୍ରୋଫାଇଲ୍ ପୋର୍ଟାଲରେ ଅପଡେଟ୍ କରିବା ଜରୁରୀ । ତେବେ ଚାଲନ୍ତୁ ଜାଣିବା କିପରି ନିଜର ପ୍ରୋଫାଇଲ୍ ଖୁବ୍ ସହଜରେ ଆୟକର ପୋର୍ଟାଲରେ ଅପଡେଟ୍ କରିପାରିବେ ।

୧. ପ୍ରଥମେ ନିଜର ଆଇଡି ଓ ପାସୱାର୍ଡ ସାହାଯ୍ୟରେ ଇ-ଫାଇଲିଂ ପୋର୍ଟାଲ ଲଗଇନ୍ କରନ୍ତୁ ।
୨. ଏହାପରେ ୱେଲକମ୍ ପେଜ୍ ରେ ନିଜର ନାମ ଉପରେ କ୍ଲିକ୍ କରି ଡାହାଣ ପାଖରେ ଥିବା ମାଇ ପ୍ରୋଫାଇଲ୍ କୁ ଯାଆନ୍ତୁ । ଆପଣ ଚାହିଁଲେ ଅପଡେଟ୍ ପ୍ରୋଫାଇଲ୍ ଉପରେ ବି କ୍ଲିକ୍ କରିପାରିବେ ।
୩. ବ୍ୟକ୍ତିଗତ ତଥ୍ୟ ଅପଡେଟ୍ କରିବା ପାଇଁ ଏଡିଟ୍ ଉପରେ କ୍ଲିକ୍ କରନ୍ତୁ । ଜରୁରୀ ତଥ୍ୟ ଏଡିଟ୍ କରିବା ପର ସେଭ୍ କରିଦିଅନ୍ତୁ ।

ସେହିପରି ଯଦି ଆପଣ ନିଜର ଆଧାର, ପାନ୍ ଆଦି ଅପଡେଟ୍ କରିବାକୁ ଚାହୁଁଛନ୍ତି ତେବେ…

୧. ପ୍ରୋଫାଇଲ୍ ପେଜ୍ ଉପରେ ଏଡିଟ୍ ଉପରେ କ୍ଲିକ୍ କରନ୍ତୁ ଯେଉଁଥିରେ ସମ୍ପର୍କ ବିବରଣୀ ଥିବ ।
୨. ବ୍ୟାଙ୍କ, ଆଧାର, ପାନ୍ ରେ ଦିଆଯାଇଥିବା ମୋବାଇଲ୍ ନମ୍ବର ଦେଇ ସେଭ୍ କରନ୍ତୁ ।
୩. ପାନ୍ , ଆଧାର ହାଇପରଲିଙ୍କ୍ ର ଅପଡେଟ୍ ଉପରେ କ୍ଲିକ୍ କରିବା ଦ୍ୱାରା ଏକ ମେସେଜ୍ ଆସିବ ।
୪. ପାନ୍ ଓ ଆଧାର ହିସାବରେ ନିଜର ତଥ୍ୟ ଅପଡେଟ୍ କରନ୍ତୁ ।
୫. କଣ୍ଟାକ୍ଟ ଡିଟେଲ୍ ସ୍କ୍ରିନ୍ ଉପରେ ଆପଣଙ୍କୁ ନିଜର ଓଟିପି ଦେବାକୁ ହେବ । ଏହାପରେ ଇମେଲ୍ ଦେଇ ସବମିଟ୍ କରିଦିଅନ୍ତୁ । ଅପଡେଟ୍ ସଫଳ ହେବା ପରେ ମେସେଜ୍ ଆସିବ ।