fbpx

ଉପହାର ଅଗ୍ନିକାଣ୍ଡ: ପ୍ରମାଣ ନଷ୍ଟ କରିବା ଅପରାଧରେ ଅନସଲ ବ୍ରଦର୍ସଙ୍କୁ ୭ ବର୍ଷର ଦେଲଦଣ୍ଡ

ନୂଆଦିଲ୍ଲୀ: ଉପହାର ଅଗ୍ନିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶିଲ ଓ ଗୋପାଳଙ୍କୁ ପ୍ରମାଣ ନଷ୍ଟ କରିବା ଅପରାଧରେ ୭-୭ ବର୍ଷ ଜେଲଦଣ୍ଡ ହୋଇଛି । ପ୍ରମାଣକୁ ନଷ୍ଟ କରିବା ବା ସେଥିରେ ଗଡ଼ବଡ଼ କରିବା ମାମଲାରେ ଅନସଲ ବ୍ରଦର୍ସଙ୍କୁ ପଟିଆଲା ହାଉସ୍ ଅଦାଲତରେ ୭-୭ ବର୍ଷର ଦେଲଦଣ୍ଡ ସହିତ ୨ -୨ କୋଟି ଟଙ୍କା ଜୋରିମାନ ଲଗାଯାଇଛି ।

୮ ଅକ୍ଟୋବରରେ ପଟିୟାଲା ହାଉସ୍ କୋର୍ଟରେ ସୁଶୀଲ ଓ ଗୋପାଳ ଅନସଲ ବ୍ରଦର୍ସ ସମେତ ୫ ଜଣଙ୍କୁ ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ପ୍ରମାଣ ସହିତ ଗଡ଼ବଡ଼ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ଏହି ମାମଲାରେ କୋର୍ଟ ଅନସଲ ବ୍ରଦର୍ସଙ୍କ ସହିତ ଜଣେ ପୂର୍ବ କର୍ମଚାରୀ ଦିନେଶ ଚନ୍ଦ୍ର ଶର୍ମା ଏବଂ ପିପି ବତ୍ରା ଓ ଅନୁପ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଅନୁସାରେ ଏଫଆଇଆର ରୁଜୁ କରାଯାଇଥିଲା । ଏଥିରେ ଆଇପିସି ଧାରା ୧୨୦ ବି, ୧୦୯, ୨୦୧ ଓ ୪୦୯ ଅଧିନରେ ଅପରାଧ କରିବା ମାମଲାରେ ମାମଲା ରୁଜୁ ହୋଇଥିଲା ।

ତେବେ ୧୯୯୭ ମସିହା ଜୁନ୍ ୧୩ରେ ଦିଲ୍ଲୀର ଉପହାର ସିନେମା ହଲରେ ହିନ୍ଦୀ ଚଳଚ୍ଚିତ୍ର ‘ବର୍ଡର’ ଚାଲିଥିବା ବେଳେ ଭୀଷଣ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ସିନେମା ହଲରେ ଫସି ୫୯ ଦର୍ଶକଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.